Odisha news

ବାସ୍ତୁ ଟିପ୍ସ : ସର୍ବଦା ଆପଣଙ୍କ ଘରେ ଓ ଜୀବନରେ କଳହ ଲାଗି ରହୁଛି କି ? ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର କିଛି ଯଦି ବାସ୍ତୁ ଦୋଷ ରହୁଛି ତେବେ ତାହା କଳହ ପାଇଁ ମଧ୍ୟ କାରଣ ହୋଇଥାଏ l ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ପ୍ରାୟ ସବୁବେଳେ କରି ଥାଆନ୍ତି ଯେ ତାଙ୍କ ଘରେ ବିନା କୌଣସି କାରଣରେ କଳହ ଦେଖା ଦେଉଛି l ଏହାର ଗୋଟିଏ କାରଣ ହୋଇପାରେ ବାସ୍ତୁ ଦୋଷ l ସେଥିପାଇଁ କିଛିଟା କଥାକୁ ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ l

* ଯେତେବେଳେ କୌଣସି ଘର ଯଦି ତିଆରି କରୁଛନ୍ତି କିମ୍ବା ଭଡାରେ ରୁହନ୍ତୁ ନା କାହିଁକି ବିଶେଷ ଧାନ ଦେବେ ଯେ ଯେପରି ସେହି ଘରର ସମସ୍ତ କୋଠରୀକୁ ସୂର୍ଯ୍ୟଙ୍କ କିରଣ ପଡିବା ନିହାତି ଆବଶ୍ୟକ l ସୂର୍ଯ୍ୟଙ୍କ କିରଣ ପଡିବା ଦ୍ୱାରା ନକାରାତ୍ମକ ଉର୍ଜା ରହି ନଥାଏ l

* ନିଜ ବେଡ଼ କୁ ନେଇ ୨ଟି ମୁଖ୍ୟ କଥା ସବୁବେଳେ ଧ୍ୟାନରେ ରଖନ୍ତୁ l ବେଡ଼ ଟି କୌଣସି ମେଟାଲ ର ହୋଇ ନଥିବା ଆବଶ୍ୟକ l କାଠ ଖଟରେ ସବୁବେଳେ ଶୋଇବା ଶୁଭ ଅଟେ l ଯଦି ଶାଗୁଆନ କିମ୍ବା ଶିଶୁ କଥା ହୋଇଥିବ ତେବେ ଖୁବ ଭଲ l

* ସବୁବେଳେ ଘରର ଦକ୍ଷିଣ ଦିଗରେ ଡାଇନିଂ ଟେବୁଲ ପକାଇବା ଆବଶ୍ୟକ l ଏହାଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ l ଦକ୍ଷିଣ ଦିଗରେ ସର୍ବଦା ମାତା ଲକ୍ଷ୍ମୀ ଓ ବିଷ୍ଣୁ ବାସ କରି ଥାଆନ୍ତି l

* ଯଦି ଘରର କାନ୍ଥ ରେ ଫାଟ ଦେଖା ଦେଉଛି ତେବେ ତାହାକୁ ତୁରନ୍ତ ଠିକ କରିବା ଉଚିତ l କାରଣ ଏହି ଫାଟ ଜୀବନରେ ଅନେକ ଫାଟ ସୃଷ୍ଟି କରିଥାଏ ଓ ଅଶାନ୍ତି ଆଣିଥାଏ l

* ଯଦି ଘରେ ସବୁବେଳେ ଝଗଡା ହେଉଛି ତେବେ ଉତର ଦିଗରେ ତୁଳସୀ ଗଛ ଲଗାନ୍ତୁ l ସନ୍ଧ୍ୟା ସମୟରେ ନିୟମିତ ତୁଳସୀ ଗଛ ତଳେ ଦୀପ ଜଳାନ୍ତୁ l

* ଯଦି ଆପଣଙ୍କ ଘରେ ବୟସ୍କ ରହୁଛନ୍ତି ତେବେ ପ୍ରତିଦିନ ସେମାନଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ l ଏହାଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ ଓ କଳହରୁ ମୁକ୍ତି ମିଳିଥାଏ l

Govt

Comments are closed.