ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମବୀଙ୍କ ନୀରବତାକୁ ସମାଲୋଚନା କରି ମହିଳାମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମୈାନଧାରଣା
ଭୁବନେଶ୍ୱର,ତା.୨୫/୧୦: ବହୁଚର୍ଚ୍ଚିତ ମମିତା ମେହେରା ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମବୀ ଦିବ୍ୟଶଂକର
ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି କିନ୍ତୁ ମୁଖ୍ୟମବୀ ସବୁ ଜାଣି ମଧ୍ୟ ନିରବ ଅଛନ୍ତି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମବୀ
ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଏବଂ ପ୍ରାୟଦିନ ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲକୁ ଆସି ରାତ୍ରଯାପନ କରିବା, ବେସରକାରୀ
ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ୱେ ସନସାଇନ ସ୍କୁଲକୁ ପ୧⁄୨ିମ ଓଡିଶା ବିକାଶ ପରିଷଦ ପାଂଠିରୁ ଅଜସ୍ର ପରିମାଣର ଆର୍ଥୀକ
ଅନୁଦାନ ପ୍ରଦାନ କରିବା, ‘ସନସାଇନ ସ୍କୁଲକୁ ଆସିଲେ, ମୁଁ ଯୁବକ ହୋଇଯାଏ’ ଭଳି ମବୀଙ୍କ ବିବୃତି, ପରିବାରବର୍ଗ ଓ
ସ୍ଥାନୀୟବାସିନ୍ଦାଙ୍କ ମବୀଙ୍କ ବିରୁଦ୍ଧରେ ଅଭିଯୋଗ ଆଦି ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସ୍ପଷ୍ଟ ପ୍ରମାଣିତ କରୁଛି ।
କ୍ଷମତାର ଅପବ୍ୟବହାରକରି ମବୀ ଶ୍ରୀ ମିଶ୍ର ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସୁରକ୍ଷା ଯୋଗାଇ ଦେବା ସହ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ଓ ପ୍ରମାଣକୁ
ନଷ୍ଟ କରିବାର ଷଡଯବ କରିଛନ୍ତି । ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ ନୀତିରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରି ଏହି
ଘଟଣାର ମାଷ୍ଟରମାଇଣ୍ଡ ମବୀ ଶ୍ରୀ ମିଶ୍ରଙ୍କୁ ଖସାଇ ଦେବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କଳକୈାଶଳକୁ
ଆପଣାଇଛନ୍ତି । ଗୃହ ବିଭାଗର ମୁଖିଆ ତଥା ମୁଖ୍ୟମବୀ ସବୁ ଜାଣିଶୁଣି ମଧ୍ୟ ନୀରବତା ଅବଲମ୍ବନ କରିବା କାରଣରୁ ବିଜେପ
ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଆଜି ଭୂବନେଶ୍ୱର ମାଷ୍ଟର କ୍ୟାଂଟିନ ଛକଠାରେ ମୈାନ ଧାରଣାରେ ବସିଥିଲେ ।
ଗୋଟିଏ ଗଣତାବିକ ରାଷ୍ଟ୍ରରେ ସାଧାରଣ ଜନତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଅତ୍ୟନ୍ତ ଦୁଃଖଦାୟକ । ରାଜ୍ୟର ମାଁ ଓ
ଭଉଣୀମାନଙ୍କୁ ସୁରକ୍ଷା ଦେବା ପରିବର୍ତେ କ୍ଷମତାର ଅପବ୍ୟବହାର କରି ନିଜ ଦଳ ଏବଂ ଦଳର ଅପରାଧିକ ତତ୍ୱଙ୍କ ସୁରକ୍ଷାରେ
ପୋଲିସ ବିଭାଗକୁ ନିୟୋଜିତ କରୁଛି ଶାସକ ବିଜେଡି । ମମିତା ହତ୍ୟାକାଣ୍ଡ ଘଟିଯିବାର ଦୀର୍ଘ ୧୭ ଦିନ ବିତିଯାଇଥିଲେ ସୁଦ୍ଧା
ମୁଖ୍ୟମବୀ ନୀରବ ରହିଛନ୍ତି । ‘ଆଇନ ତା ବାଟରେ ଯିବ’ ବୋଲି ବାରମ୍ବାର କହୁଥିବା ମୁଖ୍ୟମବୀ ପୁଣି ଥରେ ଆଇନ ବାଟରେ
ଛିଡା ହୋଇ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ ଗୃହ ରାଷ୍ଟ୍ରମବୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମବୀ ତୁରନ୍ତ ନିଜ ମବୀମଣ୍ଡଳରୁ
ବହିଷ୍କାର କରି ଗିରଫ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରମତୀ ସ୍ମୃତି ପ…ନାୟକ ପୁଣି ଥରେ
ଦାବୀ କରିଛନ୍ତି ।
ଏହି ମୈାନ ଧାରଣରେ ଶ୍ରୀମତୀ ପ…ନାୟକଙ୍କ ସମେତ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ
ଉପ ସଭାନେତ୍ରୀ କସ୍ତୁରୀ ମିଶ୍ର, ରାଜ୍ୟ ସଂପାଦିକା ରଶ୍ମୀରେଖା ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପର୍ଣ୍ଣା ଧିରସିଂହ,
ଭୂବନେଶ୍ୱର ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ଜୟନ୍ତୀ ପଢୀଆରୀ, ସୁବାଷିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ସୁବାଷିନୀ ବଳ, ପୂର୍ଣ୍ଣିମା
ଦାସ, ସଂଗୀତା ଦାସ, ପଦ୍ମଜା ଦେବତାଙ୍କ ସମେତ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।
Comments are closed.