Odisha news

ଅଭିଯୁକ୍ତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ : ଭାନଥୀ ଶ୍ରୀନିବାସନ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ତା.୨୩/୧୦: ଓଡିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ସନସାଇନ ସ୍କୁଲ ଅଧ୍ୟକ୍ଷା ୨୪ ବର୍ଷୀୟା ମମିତା ମେହେର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହି ଅମାନବୀୟ ଘଟଣାର ଅଭିଯୁକ୍ତଙ୍କ ସହ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପର୍କ ପ୍ରସଙ୍ଗରେ ବହୁ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହି ସଂପର୍କ କାରଣରୁ ଗିରଫ ହୋଇଥିବା ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ଷଡଯନ୍ତ୍ର କରି ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିଲେ । ଏହି ଜଘନ୍ୟ ହତ୍ୟାକାଣ୍ଡକୁ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଦୃଢ ନିନ୍ଦା କରାଯାଉଛି ବୋଲି କହିବା ସହ ଏହି ଘଟଣାରେ ସଂପୃକ୍ତିର ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭାନଥୀ ଶ୍ରୀନିବାସନ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦାବୀ କରିଛନ୍ତି ।
ଗତ ୮ ତାରିଖରୁ ନିଖୋଜ ଥିବା ସଂପର୍କରେ ମମିତା ମେହେରଙ୍କ ପରିବାର ତରଫରୁ ଥାନାରେ ଏଫଆଇଆର ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ବହୁ ଚାପ କାରଣରୁ ଶ୍ରୀ ସାହୁଙ୍କୁ ଗିରଫ କରାଯାଇଥିଲା । ମାତ୍ର ଗିଫର ୪ ଦିନ ପରେ ଶ୍ରୀ ସାହୁ ପୋଲିସ ବ୍ୟାରେକରୁ ଚଂପଟ ମାରିଥିଲେ । ଏହା ପରେ ମୃତ ମମିତାଙ୍କ ମୃତ ଶରୀର ଅର୍ଦ୍ଧ ପୋଡା ଅବସ୍ଥାରେ ମାଟି ତଳୁ ଉଦ୍ଧାର କରାଯାଇଥିଲା । ସ୍କୁଲରେ ଅଧୟନ କରୁଥିବା ଛାତ୍ରୀମାନଙ୍କୁ ପରୀକ୍ଷାରେ ମାର୍କର ଭୟ ଦେଖାଇ ଅଭିଯୁକ୍ତ ଶ୍ରୀ ସାହୁ ସେକ୍ସ ରାକେଟ ଚଳାଉଥିବାର ସଂଗୀନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଏପରିକି ମନ୍ତ୍ରୀ ଶ୍ରୀ ମିଶ୍ର ସନସାଇନ ସ୍କୁଲରେ ବହୁ ଥର ରାତ୍ରୀଯାପନ କରିଛନ୍ତି ବୋଲି କହିବା ସହ ଏଭଳି ସଂଗୀନ ଅପରାଧରେ ଶ୍ରୀ ମିଶ୍ର ସଂପୃକ୍ତ ଅଛନ୍ତି ବୋଲି ମୃତ ମମିତାର ପରିବାରବର୍ଗ ମଧ୍ୟ ଅଭିଯୋଗ ଆଣିଛନ୍ତି ।
ମୃତ ମମିତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିଳମ୍ବେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ପଇଁ ଶ୍ରୀମତୀ ଶ୍ରୀନିବାସନ ଦାବୀ କରିଛନ୍ତି ।

 

Comments are closed.