Odisha news

ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟ ସଭାପତି

ଭୂବନେଶ୍ୱର, ତା.୦୭/୦୬ : ଶତାବ୍ଦୀର ସବୁଠୁ ବଡ ମହାମାରୀ କରୋନା ଲଢେଇରେ ଟୀକା ହେଉଛି ସୁରକ୍ଷା କବଚ । ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ ମାଗଣା କୋଭିଡ୍ ଯୋଗାଇ ଦେବାର ଘୋଷଣା କରିଛନ୍ତି । ଦେଶବାସୀଙ୍କୁ କୋଭିଡ୍ ଟୀକାକରଣର ସମସ୍ତ ଦାୟୀତ୍ୱ କେନ୍ଦ୍ର ସରକାର ବହନ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି ।
କରୋନା ସଂକ୍ରମଣଜନିତ ଲକ୍ଡାଉନ / ସଟ୍ଡାଉନ କାରଣରୁ ବହୁ ଲୋକ ଜୀବନ ଜୀବିକା ହରାଇଛନ୍ତି । ଜୀବିକା ହରାଇଥିବା ୮୦ କୋଟି ଦେଶବାସୀଙ୍କ ପାଇଁ ଗରୀବକଲ୍ୟାଣ ଅନ୍ନ ଯୋଜନାରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ୍ ସାମଗ୍ରୀ ଯୋଗାଇ ଦେବାର ଘୋଷଣା ମଧ୍ୟ ସଂକଟ ସମୟ ଦେଇ ଗତି କରୁଥିବା ଦେଶବାସୀଙ୍କୁ ବହୁ ଆଶ୍ୱସ୍ଥି ପ୍ରଦାନ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଜିର ଏହି ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ମାଗଣା ଟୀକା ସହ ମାଗଣା ରାସନ୍ । ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ ଏବଂ କରୋନା ସଂକ୍ରମଣ କାରଣରୁ ଜୀବିକା ହରାଇଥିବା ୮୦ କୋଟି ଲୋକଙ୍କୁ ମାଗଣା ରାସନ୍ ଯୋଗାଣର ପ୍ରଧାନମନ୍ତ୍ରୀଙ୍କ ଆଜିର ଘୋଷଣା ଅତ୍ୟନ୍ତ ବଳିଷ୍ଠ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଣିକି ରାଜ୍ୟ ସରକାରଙ୍କ ଉପରେ ଆଉ ଅଧିକ ଆର୍ଥକ ବୋଝ ପଡିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶିଶୁମାନଙ୍କ ପାଇଁ ୨ଟି କୋଭିଡ୍ ଟୀକାର ପରୀକ୍ଷା ଦେଶରେ ଜାରୀ ରହିଛି । ବହୁ ଶୀଘ୍ର ଶିଶୁମାନଙ୍କୁ ମଧ୍ୟ ମାଗଣାରେ ଟୀକା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଜିର ଦୃଢୋକ୍ତି ଦେଶବାସୀଙ୍କୁ ନିଶ୍ଚିତ ଭାବେ ଆଶ୍ୱସ୍ଥି ପ୍ରଦାନ କରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ଦେଶ ସଫଳତାର ସହ କରୋନା ବିରୁଦ୍ଧ ଲଢେଇରେ ବୀଜୟୀ ହେବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Comments are closed.