Odisha news

କୋଭିଡ ଯୋଦ୍ଧାଙ୍କୁ କନ୍ଧମାଳ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର

0

ବାଲିଗୁଡା,9/4. କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଲଢୁଛନ୍ତି। ଏହି କୋଭିଡ୍‌ ଯୋଦ୍ଧାମାନଙ୍କୁ କନ୍ଧମାଳ ଭାଜପା ମହିଳା ମୋର୍ଚ୍ଚା ତରଫରୁ ଗୁରୁବାର କୃତଜ୍ଞତା ପତ୍ର ଦିଆଯିବା ସହ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଭାଜପା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ ରାଇକିଆ ଥାନା, ମେଡିକାଲ, ବ୍ୟାଙ୍କ ଯାଇ ଅଧିକାରୀମାନଙ୍କୁ କୃତଜ୍ଞତା ପତ୍ର ପ୍ରଦାନ କରିଥିଲେ। ଏଥିସହ ସାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ , ସଫେଇ କର୍ମଚାରୀମାନଙ୍କୁ ମଧ୍ୟ ଏହି ପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ପୂର୍ବରୁ ମହିଳା ମୋର୍ଚ୍ଚା ତରଫରୁ ଗାଁ ଗାଁ ବୁଲି ସାମାଜିକ ଦୂରତା ରକ୍ଷା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିବା ଜିଲା ମହିଳା ସଭାନେତ୍ରୀ କହିଛନ୍ତି।

Leave A Reply