କଂଗ୍ରେସ ଓ ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ହିଂସା, ବ୍ୟଭୀଚାର, ନିର୍ଯ୍ୟାତନାକୁ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ଭୁଲିନାହାନ୍ତି
ମହିଳା ଦୁଷ୍କର୍ମ ଘଟଣାରେ ଛାତ୍ର କଂଗ୍ରେସ ସଭାପତି ଏବଂ ବିଜେଡି କର୍ପୋରେଟର ଗିରଫ ହେବା ପରେ ଉଭୟ ଦଳର ଅସଲ ଚେହେରା ପଦାରେ ପଡିଛି
ମହିଳା ହିଂସା କିମ୍ବା ଦୁଷ୍କର୍ମରେ ସଂପୃକ୍ତ କୈାଣସି ଅଭିଯୁକ୍ତଙ୍କୁ ବିଜେପି ସରକାରରେ ଛଡାଯିବ ନାହିଁ
ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର
ଭୁବନେଶ୍ୱର, ତା.୨୭/୦୭: ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ଚିକ୍ରାର କରୁଥିବା ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଭିତରେ ମହିଳା ଦୁଷ୍କର୍ମକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ମହିଳା ଦୁଷ୍କର୍ମ ଘଟଣାରେ ଜେଲରେ ଥିବାବେଳେ ଆଜି ବିଜେଡିର ବିଏମସି କର୍ପୋରେଟର ଅମରେଶ ଜେନା ମଧ୍ୟ ମହିଳା ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି । ଉଭୟ ଦଳର ଅସଲ ଚେହେରା ପଦାରେ ପଡିଛି । ଉଭୟ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ହିଂସା, ବ୍ୟଭୀଚାର, ନିର୍ଯ୍ୟାତନାକୁ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ଭୁଲିନାହାନ୍ତି । ଉଭୟ ଦଳର ଅପକର୍ମ କାରଣରୁ ଓଡିଶା ଏବଂ ଓଡିଶାବାସୀ ବହୁ ଥର ଦେଶ ତଥା ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହୋଇଛନ୍ତି । ଓଡିଶାର ସାଧାରଣ ଜନତା ଗୋଟିଏ ମୁଦ୍ରାର ପାଶ୍ୱର୍ ଉଭୟ ବିଜେଡି ଓ କଂଗ୍ରେସ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ଭଲ ଭାବେ ଅତୀତରେ ଦେଖିଛନ୍ତି ଏବଂ ଆଜି ବି ଦେଖୁଛନ୍ତି । । ଓଡିଶାବାସୀ ଉଭୟ ଦଳକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ମହିଳା ସୁରକ୍ଷା ପ୍ରସଙ୍ଗରେ ସମ୍ବେଦନଶୀଳ ବିଜେପି । ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର । ମହିଳା ସଶକ୍ତିକରଣ ପାଇଁ ବିଜେପି ସରକାର ବଦ୍ଧପରିକର । ମହିଳା ହିଂସା କିମ୍ବା ଦୁଷ୍କର୍ମରେ ସଂପୃକ୍ତ କୈାଣସି ଅଭିଯୁକ୍ତଙ୍କୁ ବିଜେପି ସରକାରରେ ଛଡାଯିବ ନାହିଁ ବୋଲି ଶ୍ରୀ ତି୍ରପାଠୀ କହିଛନ୍ତି ।