ରାଜ୍ୟ କାର୍ଯ୍ୟାଳୟରେ ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପାଳନ , ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ : ମନମୋହନ ସାମଲ
ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି ନେତୃବୃନ୍ଦ
ଭୁବନେଶ୍ୱର, ତା ୦୬/୦୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତଃ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ରାଜନେତା ଥିଲେ । ଦେଶର ସାମଗ୍ରିକ ବିକାଶ, ଅର୍ଥନୀତି ବିକାଶ, ସାମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷା ନୀତି କିଭଳି ହେବ ସେନେଇ ସର୍ବଦା କାର୍ଯ୍ୟ କରୁଥିଲେ ଶ୍ରୀ ମୁର୍ଖାଜୀ । ‘ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନହିଁ ଚଲେଙ୍ଗେ’ ବୋଲି ଡ.ମୁଖାର୍ଜୀ ଦୃଢତାର ସହ ଡ.ମୁଖାର୍ଜୀ କହିଥିଲେ । ସେ ସ୍ୱଳ୍ପ ସମୟ ଅବଧିରେ ଲମ୍ବା ସଂଘର୍ଷର ଯାତ୍ରା ଅତିକ୍ରମ କରିଥିଲେ । ଯାହାକି ଆଧୁନିକ ଭାରତବର୍ଷର ଦିଶା ଓ ଦଶା ପରିବର୍ତନରେ ସହାୟକ ହୋଇଛି । ତାଙ୍କ ଦୃଢ଼ତା ଓ ଆତ୍ମବିଶ୍ୱାସ ପାଇଁ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ହୋଇପାରିଛି । ଜନସଂଘ ଏବଂ ପରବର୍ତୀ ସମୟରେ ବିଜେପିର ରାଷ୍୍ରବାଦୀ ବିଚାରଧାରାର ପ୍ରଣେତା ଥିଲେ ଡ.ମୁଖାର୍ଜୀ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର କହିଥିଲେ ଯେ, ‘ତ୍ୟାଗ, ତପସ୍ୟା ଓ ବଳିଦାନ’ର ପ୍ରତୀକ ଥିଲେ ଡ.ମୁଖାର୍ଜୀ । ସେ ପଶ୍ଚିମବଙ୍ଗ ଓ ଜାମ୍ମୁକାଶ୍ମୀର ବିଭାଜନକାରୀ ଶକ୍ତିଗୁଡ଼ିକ ସହ ସାଲିସ କରି ନ ଥିଲେ । ସମ୍ବିଧାନରେ ୩୭୦ ଧାରାକୁ ବିରୋଧ କରିଥିଲେ । ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତା ପାଇଁ ସେ ସଂକଳ୍ପବଦ୍ଧ ଥିଲେ । ଶିକ୍ଷା ମାଧ୍ୟମରେ ଦେଶର ଲୋକଙ୍କ ମଧ୍ୟରେ ରାଷ୍ଟ୍ରୀୟତା, ଜାତୀୟତାବାଦ ଓ ଦେଶଭକ୍ତି ବଢେଇବା ସହ ପୂର୍ବତନ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତନ ଉପରେ ଡ. ମୁଖାର୍ଜୀ ଜୋର ଦେଇଥିଲେ ।
ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଶ୍ରଦ୍ଧାଞ୍ଜଳୀ ଜଣାଇ କହିଥିଲେ ଯେ, ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଷ୍ଟ୍ରବାଦୀ ବିଚାର ଓ ତାଙ୍କ ଆଦର୍ଶରେ ଆଜିର ଯୁବ ବର୍ଗ ଅନୁପ୍ରାଣିତ ହେବା ନିହାତି ଆବଶ୍ୟକ । ତାଙ୍କ ବିଚାରଧାରାକୁ ଆଧାର କରି ଆଜି ବିଜେପି ଦେଶବାସୀଙ୍କ ପାଇଁ ସେବା କରୁଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା, ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟବୃକ୍ଷ ଭାବେ ରୂପ ନେଇଛି । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ଯାହା ଫଳରେ ଡ.ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଈୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ସାଂସଦ, ବିଧାୟକ, ଦଳର ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଆଜି ସକାଳେ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବିଜେପି ନେତୃବୃନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
