Odisha news

ଭକ୍ତ ଚରଣ ଦାସ ରାଜ୍ୟବାସୀଙ୍କ ଆଗରେ ନିସର୍ତ କ୍ଷମା ପ୍ରାର୍ଥନା କରନ୍ତୁ : ଅନିଲ ବିଶ୍ୱାଳ

0

 ଆତଙ୍କବାଦୀ ଶକ୍ତିମାନଙ୍କୁ ବଂଚାଇବା ପାଇଁ କଭର ଫାୟର ପ୍ରଦାନ କରୁଛନ୍ତି ଭକ୍ତ ଦାସ
 ଭକ୍ତ ଚରଣ ଦାସଙ୍କ ବୟାନ ଅତ୍ୟନ୍ତ ନିନ୍ଦନୀୟ, ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ
 କଂଗ୍ରେସ ଉତର ଦେଉ ଯେ, କ’ଣ ପୂବର୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ହତ୍ୟା ନିର୍ବାଚନ କାରଣରୁ ହୋଇଥିଲା କି?
 କଳାହାଣ୍ଡିର ଦାରିଦ୍ର୍ୟକୁ ନେଇ ନିଜ ରାଜନୀତିର ରୁଟି ସେକୁଥିବା ଭକ୍ତ ଦାସ କଳାହାଣ୍ଡିର ବିକାଶ ପାଇଁ କ’ଣ କରିଛନ୍ତି ତାର ଉତର ଦିଅନ୍ତୁ
ଭୁବନେଶ୍ୱର, ତା.୩୦/୦୪: ପହଲଗାମରେ ହୋଇଥିବା ଇସ୍ଲାମୀ ଆତଙ୍କବାଦୀ ଆକ୍ରମଣକୁ ନେଇ ଓଡ଼ିଶା କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ବୟାନ ଅତ୍ୟନ୍ତ ନିନ୍ଦନୀୟ । ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । କେନ୍ଦ୍ର ସରକାର ନାଟକ କରୁଛନ୍ତି ଏବଂ ଦୁଇଟି ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଥିବାରୁ ଆତଙ୍କବାଦୀ ଆକ୍ରମଣ କରାଗଲା ବୋଲି ଭକ୍ତ ଦାସ କହିଛନ୍ତି । ଏହା ଦର୍ଶାଉଛି ଯେ, ସେ ଆତଙ୍କବାଦୀମାନଙ୍କୁ ବଂଚାଇବା ଓ ସେମାନଙ୍କୁ ଦୋଷ ମୁକ୍ତ କରିବା ପାଇଁ ଚାହୁଁଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସାରା ବିଶ୍ୱ ଜାଣିଛି ଯେ, ପାକିସ୍ତାନ ହେଉଛି ଆତଙ୍କବାଦର କେନ୍ଦ୍ର ଓ ପହଲଗାମରେ ଇସ୍ଲାମୀ ଆତଙ୍କବାଦୀମାନେ ଧର୍ମ ପଚାରି ଓ କଲମା ପଢ଼ିବାକୁ କହି ନୀରିହ ଲୋକଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । କେବଳ ଭକ୍ତ ଦାସ ଓ କଂଗ୍ରେସର କେତେଜଣ ନେତାଙ୍କୁ ଆତଙ୍କବାଦୀଙ୍କ ଉଦେ୍ଦଶ୍ୟ ଓ ସେମାନଙ୍କର ବବର୍ରତା ଦେଖାଯାଉ ନାହିଁ । କଂଗ୍ରେସ ଦଳର କିଛି ନେତା ଓ ଭକ୍ତ ଦାସ ଯେଉଁ ଭଳି ଭାବେ କହୁଛନ୍ତି ଯେ, ଆତଙ୍କବାଦୀଙ୍କର ଧର୍ମ ନାହିଁ, ନିର୍ବାଚନକୁ ଆଖି ଆଗରେ ରଖି ଆତଙ୍କବାଦୀ ଆକ୍ରମଣ କରାଗଲା ସେମାନେ କେଉଁଠି ନା କେଉଁଠି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୮ ଜଣଙ୍କର ପରିବାରଙ୍କ କଟା ଘା’ରେ ଲୁଣ ଦେଉଛନ୍ତି । ଯଦି ନିର୍ବାଚନକୁ ଆଖି ଆଗରେ ରଖି ପହଲଗାମଠାରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି ବୋଲି ଭକ୍ତ ଦାସ କହୁଛନ୍ତି ତେବେ ସେ ଜବାବ ଦିଅନ୍ତୁ, ୧୯୮୪ ମସିହାରେ କ’ଣ କଂଗ୍ରେସ ଦଳ ଆତଙ୍କବାଦୀଙ୍କୁ ଲଗାଇ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିଲା କି ? କାରଣ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ ଦଳ ସରକାରଙ୍କ ପାଂଚ ବର୍ଷର ସମୟସୀମା ପୂରି ନ ଥିଲେ ବି ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ଆଗୁଆ ନିର୍ବାଚନକୁ ଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀ ଭିଣ୍ଡରୱାଲଙ୍କୁ କଂଗ୍ରେସ ଦଳ ସରକାର ସମୟରେ ହିଁ ପୃଷ୍ଟପୋଷକତା ଦିଆଯାଇଥିଲା । ସେହିଭଳି ୧୯୯୧ ମସିହା ନିର୍ବାଚନ ପ୍ରଚାର ସମୟରେ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ସେଥିରେ କ’ଣ କଂଗ୍ରେସ ଦଳର ହାତ ଥିଲା କି? କାରଣ ସେହି ନିର୍ବାଚନ ମଧ୍ୟ କଂଗ୍ରେସ ଦଳ ଜିତିଥିଲା ଏବଂ ଏଲ୍ଟିଟି ଆତଙ୍କବାଦୀ ଗୋଷ୍ଠିକୁ ଆଗରୁ କଂଗ୍ରେସ ଦଳ ପୃଷ୍ଟପୋଷକତା ଦେଇ ଆସିଥିଲା । ଆମେ କେବ ବି ଏହି ଦୁଃଖଦ ଘଟଣାରେ ରାଜନୀତି କରିନାହୁଁ କି ପ୍ରଶ୍ନ କରିନାହୁଁ । ଭକ୍ତ ଦାସ ତୁରନ୍ତ ନିଜର ବକ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ ଓ ରାଜ୍ୟବାସୀଙ୍କ ଆଗରେ ନିସର୍ତ କ୍ଷମା ପ୍ରାର୍ଥନା କରନ୍ତୁ ।
କଂଗ୍ରେସ ଶାସନରେ ଥିବା ସମୟରେ ଦେଶରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ହୋଇଛି । ପୂବର୍ତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଅସ୍ୱାଭାବିକ ମୃତୁ୍ୟ ହୋଇଛି । ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ହୋଇଛି । ଏ ସବୁର ଉତର ଦାୟିତ୍ୱ କଂଗ୍ରେସ କାହିଁକି ନେଉନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ସାରା ଦେଶ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏକଜୁଟ୍ ହୋଇ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି । ପ୍ରଧାନମନ୍ତ୍ରୀ ମୋଦିଜୀ ସମସ୍ତ ପ୍ରକାର ଦିଗରୁ ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ନିଷ୍ପତି ନେଇସାରିଛନ୍ତି । ଏହି ସମୟରେ କଂଗ୍ରେସ ଦଳର ଏପ୍ରକାର ଆଚରଣ ପାକିସ୍ତାନର ଭାଷା ଭଳି ଲାଗୁଛି । ଗତକାଲି କଂଗ୍ରେସ ଦଳ ନିଜର ସାମାଜିକ ଗଣାମାଧ୍ୟମରେ “ସର୍ ତନ ସେ ଜୁଦା” ଏଜେଣ୍ଡାରେ ଏକ ଫଟୋ ପୋଷ୍ଟ କରିଥିଲା, ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ହେବା ପରେ ସେମାନେ ଡିଲିଟ କରି ଦେଇଛନ୍ତି । କଳାହାଣ୍ଡିର ଦାରିଦ୍ର୍ୟକୁ ନେଇ ନିଜ ରାଜନୀତିର ରୁଟି ସେକିଥିବା ଭକ୍ତ ଦାସ କେବେ ତାଙ୍କର ବକ୍ତବ୍ୟକୁ ଡିଲିଟ କରିବେ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

 

Leave A Reply