ଏହି ଦେଶର ଇତିହାସ ସାକ୍ଷୀ ହୋଇ ରହିଗଲା , ଏହି ଦେଶର ଜଣେ ଏଭଳି ନେତାଙ୍କ ମୃତ୍ୟୁ ହେବା ପରେ ତାଙ୍କ ପାର୍ଥିବ ଶରୀର ଉପରେ ଗୋଟିଏ ନୁହେଁ, ୩ଟି ଦେଶର ଜାତୀୟ ପତାକା ର ସମ୍ମାନ ଦିଆଯାଇ ଥିଲା l ଏବଂ ତାଙ୍କ ଦେହାନ୍ତ ପରେ ତାଙ୍କର ସବୁଠୁ ସାନ ପୁଅ ଏଭଳି ତାଙ୍କ ସାମ୍ରାଜ୍ୟ କୁ ସମ୍ଭାଳି ଥିଲା ଯେ , ଯାହାକୁ ୨୦ବର୍ଷ ପର୍ଯ୍ୟନ୍ତ କେହି ହଲାଇ ପାରି ନଥିଲେ l ଏଇ କାହାଣୀ ସେହି ପଟନାୟକ ପରିବାରର ଯେଉଁଠି ସମସ୍ତଙ୍କର ପ୍ରିୟ ବିଜୁବାବୁ ରାଜନୀତି ରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ ଏବଂ ପରେ ପୁଅ ନବୀନ ପଟନାୟକ ସେହି ସ୍ଥାନକୁ ଗ୍ରହଣ କଲେ l ଭାରତର ସେହି ରାଜ୍ୟଟି ହେଲା ଓଡିଶା ଯେଉଁଠି ସମ୍ପୂର୍ଣ ରାଜନୀତି ର ପରିଭାଷା ହିଁ ବଦଳି ଯାଇଥିଲା l
ଏପରି ବଦଳୀ ଗଲା ଯେ ଦୀର୍ଘ ୨୪ ବର୍ଷ ଧରି ଓଡିଶା ବାସୀ ଙ୍କ ମନରେ ଗୋଟିଏ ସ୍ୱତନ୍ତ୍ର ଘର କରିଗଲେ ନବୀନ l ଯିଏ କି ଜଣେ ରାଜନେତା ହେବା ପୂର୍ବରୁ ଦିଲ୍ଲୀ ର ଓବରାଇ ହୋଟେଲ୍ ରେ ନିଜର ଗୋଟିଏ ବୁଟୀକ ଚଳାଉଥିଲା ଏବଂ ରାଜନୀତିରେ ତାଙ୍କର କୌଣସି ସମ୍ପର୍କ ନଥିଲା l କିନ୍ତୁ ପୈତୃକ ସମ୍ପତି ଭାବରେ ମିଳିଥିବା ରାଜନୀତି ର ଗାଦି ରୁ କେହି ହଲାଇ ପାରିଲେ ନାହିଁ l କେବେ ଡୁନ ସ୍କୁଲ ରେ ସଞ୍ଜୟ ଗାନ୍ଧୀ ଙ୍କ ସହିତ ଶିକ୍ଷା ଗ୍ରହଣ କରୁଥିବା ନବୀନ, ରାଜନୀତି କୁ ଆସିବା ପୂର୍ବରୁ ଜିନ୍ସ ଟି -ସାର୍ଟ ପିନ୍ଧୁ ଥିଲେ , ଯାହାଙ୍କୁ ଦିଲ୍ଲୀ ର ସମସ୍ତ କକଟେଲ ପାର୍ଟି ରେ ଦନହିଲ ସିଗାରେଟ ଟାଣୁଥିବା ଦେଖିବାକୁ ମିଳୁଥିଲା l
ଯାହାଙ୍କ ପ୍ରତ୍ୟେକ ସନ୍ଧ୍ୟା ପ୍ରସିଦ୍ଧ ଗ୍ରାଉଜ ହ୍ୱିସ୍କି ରୁ ଆରମ୍ଭ ହୋଇଥାଏ, ଏବଂ ନବୀନ ଙ୍କର ରାଜନୀତି ରେ ଆଦୌ କୌଣସି ଆଗ୍ରହ ନଥିଲା l ୫୦ ବର୍ଷ ଅୟୁରେ ପହଂଚିବା ବେଳକୁ ତାଙ୍କୁ ରାଜନୀତି ରେ ଆଗ୍ରହ ଦଖାଇବାକୁ ପଡିଥିଲା l ଏହାର ବଡ଼ କାରଣ ଥିଲେ ତାଙ୍କ ଭାଇ ପ୍ରେମ ପଟନାୟକ , ଯିଏକି ବିଜୁ ବାବୁ ଙ୍କ ଦେହାନ୍ତ ପରେ ରାଜନୀତି କୁ ଆସିବାକୁ ଚାହୁଁ ନଥିଲେ l ନବୀନ ଙ୍କ ଭଉଣୀ ଗୀତା ମଧ୍ୟ ବିଦେଶ ରେ ରହୁଥିବା କାରଣରୁ ରାଜନୀତି କୁ ଆସିବାକୁ ଚାହୁଁ ନଥିଲେ l
୧୯୯୭ ରେ ଅଚାନକ ଭାବରେ ଜିନ୍ସ ଟି ସାର୍ଟ ପିନ୍ଧୁଥିବା ନବୀନ ରାଜସନୀତିକୁ ଓଲ୍ହାଇ ଧୋବ ଫରଫର ଟ୍ରାଉଜର ପଂଜାବୀ ଓ କୋହଲାପୁରି ଚପଲ କୁ ନିଜର କରି ନେଇଥିଲେ l ଏବଂ ଓଡିଶା ବାସୀ ଙ୍କ ମନରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସକ୍ଷମ ହୋଇଥିଲେ l
ରାଜନୀତି ରେ ପାଦ ଥାପୁ ଥାପୁ ସେ ନିଜରକର୍ଯ୍ୟ ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଥିଲେ l ପିତା ବିଜୁବାବୁ ଙ୍କ ଭଳି ସଚୋଟ ଓ ନ୍ୟାୟବନ୍ତ ଥିଲେ ନବୀନ ବାବୁ l ଜନତା ଦଳ ର ନାମ ପରିବର୍ତନ କରି ସେ ବିଜୁ ଜନତା ଦଳ ରଖିଥିଲେ l ୧୯୯୮ ରେ ନବୀନ ନିଜ ଦଳରୁ ବିଜୟ ଲାଭ କଲେ, ଏବଂ ଯେବେ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ଗଠବନ୍ଧନ ର ସହଯୋଗୀ ଭାବରେ ନବୀନ ମଧ୍ୟ ତାଙ୍କ ସହିତ ରହିଥିଲେ l
୧୯୯୯ ରେ ମହାବାତ୍ୟା ସମୟ ରେ ପ୍ରାକୃତିକ ବିପର୍ଯ୍ୟୟ ର ସମୁଖୀନ ହୋଇଥିବା ଓଡିଶା ବାସୀ ଙ୍କ ପାଇଁ ଠିଆ ହୋଇଥିଲେ ନବୀନ ବାବୁ l ୨୦୦୦ ମସିହା ରେ ଓଡ଼ିଶାର ବିଧାନସଭା ମତଦାନ ରେ ବିଜୁ ଜନତା ଦଳ ଏକାକୀ ୬୮ ଟି ସିଟ ରେ ବିଜୟ ଲାଭ କରିଥିଲା, ସହଯୋଗୀ ବିଜେପି ମଧ୍ୟ ୩୮ ଟି ସିଟ ରେ ବିଜୟ ଲାଭ କରିଥିଲା l ଏହାପରେ ନବୀନ ବାବୁ କେନ୍ଦ୍ର ରାଜନୀତି ରୁ ପ୍ରଦେଶ ରଜନୀତି କୁ ଆସିଗଲେ , ଏବଂ ଓଡିଶା ର ମୁଖ୍ୟମନ୍ତ୍ରୀ ଆସନ ବିମଣ୍ଡିତ କରିଥିଲେ l ଏଥିରେ ତାଙ୍କୁ ସହଯୋଗ କରିଥିଲା ଭାରତୀୟ ଜନତା ପାର୍ଟି, କିନ୍ତୁ ବର୍ତମାନ ୨୪ ବର୍ଷ ପରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଗାଦି ରୁ ଓହ୍ଲାଇ ଆସିଛନ୍ତି, ଏବଂ ଏଥିପାଇଁ ଦାୟୀ ମଧ୍ୟ ଭାରତୀୟ ଜନତା ପାର୍ଟୀ l ଯିଏକି ତାଙ୍କୁ ପ୍ରଥମଥର ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ଥିଲା ଆଜି ବିଦାୟ ମଧ୍ୟ ଦେଲା l