Odisha news

ଚଳିତ ବର୍ଷ ମଇ ମାସରେ ଅତ୍ୟାଧି ଗ୍ରୀଷ୍ମ ପ୍ରବାହ ର କାରଣ କଣ , କଣ କହୁଛନ୍ତି ବୈଜ୍ଞାନିକ

0

୨୦୨୪ ରେ ଭାରତରେ ସବୁଠୁ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଛି, ଯେଉଁଥିରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ରେକର୍ଡ ଭାଙ୍ଗି ଦେଇଛି l ଅଧିକାଂଶ ସ୍ଥାନରେ ତାପମାତ୍ରା ଲଗାତାର ୫୦ ଡିଗ୍ରୀ ସେଲସିୟସ ରୁ ଉର୍ଧ୍ଵ ମଧ୍ୟ ରହିଥିଲା l ଦିଲ୍ଲୀ ରେ ତାପମାତ୍ରା ୫୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଂଚି ଯାଇଥିଲା l ଯାହାକି ଗୋଟିଏ ନୂଆ ରେକର୍ଡ l ଏହାଦ୍ୱାରା ଜନଜୀବନ ଖୁବ ଅଧିକ ମାତ୍ରାରେ ପ୍ରଭାବିତ ମଧ୍ୟ ହୋଇଛି l

ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ପୁରୁଣା ସମସ୍ତ ରେକର୍ଡ କୁ ବ୍ରେକ କରିଛି, ଯାହାକି ବୈଜ୍ଞାନିକ ମାନେ ନିଜ ମନ୍ତବ୍ୟ ରେ ପୁଷ୍ଟି କରିଛନ୍ତି l

କଣ ରହିଛି ଅତ୍ୟଧିକ ଉତ୍ତାପ ର କାରଣ –
– ବୈଜ୍ଞାନିକ ଙ୍କ ମତରେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ର ମୁଖ୍ୟ କାରଣ ହେଲା ‘ ଏଲ ନିନୋ ‘ ଓ ଜଳବାୟୁ ରେ ବର୍ଦ୍ଧିତ ଗ୍ରୀନ ହାଉସ ଗ୍ୟାସ l ଏଲ ନିନୋ ସେହି ସ୍ଥିତି ଅଟେ ଯେତେବେଳେ ପ୍ରଶାନ୍ତ ମହାସାଗର ରେ ପାଣି ଅସାମାନ୍ୟ ଭାବରେ ଗରମ ହୋଇଥାଏ l ଏହା ସହିତ କାର୍ବନ ଡ଼ାଈଅକ୍ସାଇଡ ଓ ମିଥେନ ଭଳି ଗ୍ୟାସ ର ବର୍ଦ୍ଧିତ ମାତ୍ରା ତାପମାତ୍ରା କୁ ବୃଦ୍ଧି କରିଥାଏ l

କଣ କହୁଛି ଗବେଷଣା –
ବୈଜ୍ଞାନିକ ମାନେ ନିଜ ଅଧ୍ୟୟନ ରେ କହିଛନ୍ତି ଯେ ୨୦୦୧ ରୁ ୨୩ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ରେ ପରିବର୍ତନ ହୋଇଛି l ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ଗ୍ଲୋବାଲ ୱାର୍ମିଙ୍ଗ ଓ ଜଳବାୟୁ ପରିବର୍ତନ  ଏହାର ବଡ଼ କାରଣ ଅଟେ l

– ଏହି ପରିବର୍ତନ କାରଣରୁ ଲୋକେ ଅଧିକ ଗରମ ର ସମୁଖୀନ ହେଉଛନ୍ତି l ଯେଉଁ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଉଛି l ଏବଂ ବିଶ୍ୱ ସ୍ତରରେ ଏହା ମଧ୍ୟ ବୈଜ୍ଞାନିକ ଙ୍କ ଚିନ୍ତା ବଢ଼ାଇଛି l ଭାରତରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ର ମୁଖ୍ୟ କାରଣ ଇନ୍ଧନ ଯେପରିକି କୋଇଲା, ଡିଜେଲ ଇତ୍ୟାଧି ଅଧିକ ପୋଡା ଯାଉଛି l

– ଅଧିକ ପରିମାଣ ରେ କୋଠାଘର ନିର୍ମାଣ ଏଏବଂ ବୃକ୍ଷ କାଟିବା ମଧ୍ୟ ଗୋଟିଏ କାରଣ ଅଟେ l  ଯାହାକି ଆମ କୁ ଅଧିକ ଗରମ ର ସମୁଖୀନ ହେବାକୁ ପଡୁଛି l ଏବଂ ଲୋକେ ମଧ୍ୟ ଅଧିକ ଏସି ର ବ୍ୟବହାର କରୁଛନ୍ତି l ଯାହାକି ଏସି ର ଗରମ ପବନ ଜଳବାୟୁ ଅଧିକ ଉତପ୍ତ କରି ଦେଉଛି l

Leave A Reply