Odisha news

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କାନପୁରରେ “ଗ୍ରାମ ପରିକ୍ରମା ଯାତ୍ରା”

0

ତିହିଡି, ୧୨/୦୨(ଯଦୁମଣି ପାଣିଗ୍ରାହୀ): କୃଷି ଓ କୃଷକ ପାଇଁ ରାଜ୍ୟର ୨୪ ବର୍ଷ ଧରି ଶାସନ କରୁଥିବା ନବୀନ ସରକାର କୁମ୍ଭୀର କାନ୍ଦଣା କାନ୍ଧୁଛନ୍ତି । କୃଷି ପାଇଁ ଜଳ ସେଚନର ବ୍ୟବସ୍ଥା ନାହିଁ । କୃଷି ବୀମା ମଧ୍ୟ ଏକ ପ୍ରହସନରେ ପରିଣତ ହୋଇଛି । କୃଷକର ଅମଳ ଶସ୍ୟକୁ ମହଜୁଦ୍ କରିବା ଲାଗି ଶୀତଳ ଭଣ୍ଡାର ନାହିଁ । ୯୦ରୁ ଉଦ୍ଧ୍ୱର୍ ପ୍ରତିଶତ ଶୀତଳ ଭଣ୍ଡାର ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଛି ଯାହାର ମରାମତି ଲାଗି କୌଣସି ଉଦ୍ୟମ କରୁନି ରାଜ୍ୟ ସରକାର । କୃଷକ ତା’ର ଅମଳ ଶସ୍ୟକୁୁ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛି । ଭୋଟ ବ୍ୟାଙ୍କ ବୃଦ୍ଧି କରିବା ଲାଗି ଲୋକଙ୍କ ଉଦେ୍ଦଶ୍ୟରେ ଗୋଟିଏ ପରେ ଗୋଟିଏ ଯୋଜନା ପ୍ରଣୟନ କରିବାରେ ଲାଗିଛି । ସେସବୁ ଯୋଜନା କାର୍ଯ୍ୟକାରୀ କରିବାରେ ତଳିଆ କର୍ମୀ ନିୟୋଜିତ ହେଉଛନ୍ତି ଏବଂ ସରକାରୀ ଅର୍ଥକୁ ତୋଷାରପାତ କରୁଛନ୍ତି । ମହିଳା ମାନଙ୍କୁ ଅସ୍ତ୍ର କରି ବିଜେଡି ଯେପରି ଭାବେ ଭୁଆଁ ବୁଲାଉଛି ତାହାର ଉଚିତ ଜବାବ୍ ଦେବାର ସମୟ ଆସିଛି । ଆସନ୍ତା ନିର୍ବାଚନରେ ବିଜେଡିକୁ ପ୍ରତିହତ କରି ଡବଲ୍ ଇଞ୍ଜିନ୍ ସରକାର ଗଢିବା ଲାଗି ତିହିଡି ବ୍ଲକ ଅଧିନ ପୀରହାଟ କାନପୁର ପଡିଆରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ “ଗ୍ରାମ ପରିକ୍ରମା ଯାତ୍ରା”ରେ ଏପରି ମତପ୍ରକାଶ ପାଇଛି । ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଉପେନ୍ଦ୍ର ରାଉଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥିଭାବେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ, ସମ୍ମାନୀତ ଅତିଥିଭାବେ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ, ଜିଲ୍ଲା ପ୍ରଭାରୀ ଯତିନ୍ଦ୍ର ବିଶ୍ୱାଳ, ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ବରିଷ୍ଠ ନେତା ମଙ୍ଗରାଜ ନାୟକ, ଲଙ୍କେଶ୍ୱରୀ ମଣ୍ଡଳର ସଭାପତି ରାଜାରାମ ମହାକୁଡ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଦୁର୍ଗା ଚରଣ ନାୟକ, ରଘୁନାଥ ପାତ୍ର, ନାରୀନେତ୍ରୀ ସୁମିତ୍ରା ପାଣି, କାହ୍ନୁଚରଣ ବେହେରା, ଓ ମୁକ୍ତିକାନ୍ତ ନାୟକ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବା ସହିତ ଆଗାମୀ ନିର୍ବାଚନରେ ବିଜୟ ହାସଲ କରିବା ଲାଗି ତୃଣମୂଳ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ·ଷ କାର୍ଯ୍ୟରେ ନିଜକୁ ସଫଳତା ପ୍ରମାଣ କରିଥିବା ୨୦ ଜଣ କୃଷକଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ବିଶ୍ୱାଳ, ନାରୀନେତ୍ରୀ ମାଳତୀ ସାହୁ, ବାମନବିନ୍ଧା ସରପଞ୍ଚ ଅଜୟ ମହାନ୍ତି, ସେବା ସମବାୟ ସମିତି ସଭାପତି ରାଜେନ୍ଦ୍ର ଦାସ, ମୈରାଜ ସାହାଜୀ, ଶୁସାନ୍ତ ନାୟକ, ଶଙ୍କର୍ଷଣ ଜେନା, ଶ୍ରୀଧର ଦାସ, ପଦ୍ମନାଭ ଦାସ, କାହ୍ନୁଚରଣ ପାଢୀ, ଖାରବେଳ ମହାକୁଡ, ଗଙ୍ଗାଧର ପରିହାରୀ, ଶରତ ପାଣ୍ଡବଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Nalco
Leave A Reply