ବିଭିନ୍ନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରୁଥିବା ଶିକ୍ଷକମାନଙ୍କୁ ଭେଟି ଆଲୋଚନା କଲେ ରାଜ୍ୟ ସଭାପତି
କୋରାପୁଟ / ଭୁବନେଶ୍ୱର, ତା.୧୫/୦୯: ଶିକ୍ଷକମାନେ ସମାଜର ମେରୁଦଣ୍ଡ । ଶିକ୍ଷା ମନୁଷ୍ୟକୁ ଦିଗ୍ଦର୍ଶନ ଦିଏ କିନ୍ତୁ ସେହି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଣଓଡ଼ିଆଙ୍କ ପ୍ରରୋଚନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ନଷ୍ଟ କରିସାରିଛନ୍ତି । ଶିକ୍ଷକଙ୍କ ମାନସିକତାକୁ କଷ୍ଟ ଦିଅନ୍ତୁ ନାହିଁ ରାଜ୍ୟ ସରକାର । ଦୀର୍ଘଦିନ ହେବ ରାଜ୍ୟ ସରକାର ସ୍କୁଲରେ ଠିକାନିଯୁକ୍ତି ଦେଉଛନ୍ତି, ସେମାନଙ୍କୁ ଦରମା ଦେଉନାହାନ୍ତି । ଶିକ୍ଷାଦାନ ଛାଡି ରାଜରାସ୍ତାରେ ଆନେ୍ଦାଳନ କରୁଛନ୍ତି ଲକ୍ଷ ଲକ୍ଷ ଶିକ୍ଷକ । ଏନେଇ ରାଜ୍ୟରେ ୫୬ହଜାର ସ୍କୁଲରେ ପାଠପଢ଼ା ବନ୍ଦ ଓ ୪୦ଲକ୍ଷ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ଶିକ୍ଷକମାନେ ଭବିଷ୍ୟତ ପିଢ଼ୀର ନିର୍ମାଣକାରୀ । ପ୍ରାଥମିକ ଶିକ୍ଷାବ୍ୟବସ୍ଥା ସୁଦୃଢ ହେବା ଉଚିତ୍ । ମାତ୍ର ରାଜ୍ୟରେ ବିଜେଡି ସରକାରର ଶିକ୍ଷାମାରଣ ନୀତି କାରଣରୁ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଶିକ୍ଷକମାନେ ନିଜର ମୈାଳିକ ସୁବିଧା ଓ ନ୍ୟାର୍ଯ୍ୟ ହକ୍ ପାଇଁ ବାରମ୍ବାର ଆନେ୍ଦାଳନ କରୁଥିଲେ ସୁଦ୍ଧା ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ବିଭିନ୍ନ ସମସ୍ୟା ଘେରରେ ଥିବା ଶିକ୍ଷକମାନେ ବିଜେଡି ସରକାର ଦ୍ୱାରା ବାରମ୍ବାର ପ୍ରତାରଣାର ଶିକାର ହେଉଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ କୈାଣସି ନିଘା ନାହିଁ । ବିଭିନ୍ନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରୁଥିବା ଶିକ୍ଷକମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ସେମିଲିଗୁଡାଠାରେ ଭେଟି ତାଙ୍କ ଦାବୀ ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆନେ୍ଦାଳନରତ ଶିକ୍ଷକମାନଙ୍କ ସମସ୍ତ ଦାବି ପ୍ରତି ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସଂପାଦକ ସରୋଜ କର, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।