ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ
ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି
ଆସନ୍ତା ୩ ବର୍ଷ ପାଇଁ ୟୁରିଆ ସାର ସବସିଡି ପ୍ରଦାନ ବାବଦରେ ୩.୭୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
ମୋଦିଜୀ ଶାସନ କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୪୦ଟଙ୍କାରୁ ୨୧୮୩ଟଙ୍କାକୁ ବୃଦ୍ଧି ପାଇଛି
ଭୁବନେଶ୍ୱର, ତା.୩୦/୦୬: ଗତ କାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ଥôକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ ବାବଦରେ କେନ୍ଦ୍ର ସରକାର ୩.୭୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ସେହିପରି ଗୋବର୍ଦ୍ଧନ ଯୋଜନାରେ ଖର୍ଚ୍ଚ ହେବ ଆହୁରି ୧୪୫୧କୋଟି ଟଙ୍କା । ଏଥର ପୂର୍ବରୁ ମୃର୍ତିକାର ସଲଫର ଅଭାବ ଦୂର କରିବା ପାଇଁ ଚାଷୀଙ୍କୁ ଦିଆଯିବ ସଲଫର କୋଟେଡ ୟୁରିଆ (ୟୁରିଆ ଗୋଲ୍ଡ) । ନିମ୍ କୋଟେଡ ୟୁରିଆ, ନାନୋ ୟୁରିଆର ପ୍ରଚଳନ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବା ସହ କୃଷକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି । କେନ୍ଦ୍ର ସରକାର ୨୦୧୪-୧୫ ରେ ଉର୍ବରକ ସବସିଡି ପାଇଁ ୭୩,୦୬୭ କୋଟି ବହନ କରିଥିବାବେଳେ ୨୦୨୨-୨୩ରେ ୨,୫୪,୭୯୯ କୋଟି ଖର୍ଚ୍ଚ ଟଙ୍କା ବହନ କରିଛନ୍ତି । ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଏବଂ ଐତିହାସିକ ପଦକ୍ଷେପ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ଅର୍ଥନୀତି ସୁଦୃଢ଼ ହେଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ । ଏଥିଲାଗି କୃଷକଙ୍କ ଆୟକୁ ଦିଗୁଣିତ କରିବା ପାଇଁ ମୋଦି ସରକାର ବଦ୍ଧପରିକର । ମୋଦି ସରକାର ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ କୃଷକଙ୍କ କଲ୍ୟାଣ ପାଇଁ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଯୋଜନାର କାର୍ଯ୍ୟାନ୍ୱୟନ କରିଚାଲିଛନ୍ତି । ଏହି ଯୋଜନା ଗୁଡିକ ହେଲା ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ସଏଲ ହେଲ୍ଥ କାର୍ଡ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଇ-ନାମ (ନ୍ୟାସନାଲ ଏଗ୍ରିକଲଚର ମାର୍କେଟ), ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସଂପଦ ଯୋଜନା ଇତ୍ୟାଦି ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ କରିଛନ୍ତି । ମୋଦିଜୀ ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୧୩୪୦ଟଙ୍କାରୁ ୨୧୮୩ଟଙ୍କାକୁ ବୃଦ୍ଧି ପାଇଛି । ଚାଷୀମାନଙ୍କର ଭାର ଲାଘବ କରିବା ପାଇଁ କେନ୍ଦ୍ର ସରକାର ଅନବରତ ଚେଷ୍ଟା ଜାରି ରଖିଥିବାରୁ ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ରାଜ୍ୟ ସରକାରଙ୍କ ନିକଟରେ ଆସି ପଡିରହୁଛି, ଲାଭାର୍ଥôଙ୍କ ନିକଟରେ ଏହା ପହଁଚିପାରୁନାହିଁ । କୃଷି ଓ ସମବାୟ କ୍ଷେତ୍ରରେ ଓଡିଶାର ଚାଷୀଙ୍କ ବିକାଶ ପାଇଁ ଆସିଥିବା ଟଙ୍କାକୁ ରାଜ୍ୟ ସରକାର ସଠିକ୍ ବ୍ୟବହାର କରନ୍ତୁ ବୋଲି ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି ।