ଦାନଗଦି, ତା ୩୦/୬ : ମୋରମ ମାଫିଆଙ୍କ ଆଡ୍ଡାସ୍ଥଳି ପାଲଟିଛି ଜଖପୁରା ଥାନା ନିଉ – ଭିଷ୍ଟା ରେଲୱେ ସାଇଡିଂ l ଏହି ଲୁଟରେ ତହସିଲର ରାଜସ୍ୱ ନିରିକ୍ଷକ , ସୁପର ଭାଇଜର , କର୍ମଚାରୀଙ୍କ ସମେତ ସ୍ଥାନୀୟ ପୋଲିସ ଏବଂ ସ୍ଥାନୀୟ ଅଞ୍ଚଳ ର କିଛି ମାଫିଆ l ଏଥିରେ ମୋଟା ଅଙ୍କର ବଟି କାରବାର ଯୋଗୁ କର୍ମଚାରୀ –ଅଧିକାରୀମାନେ ଚୁପ ବସୁଛନ୍ତି l ଫଳରେ ପ୍ରଶାସନ ଲୁଟେରାଙ୍କ ସୁରକ୍ଷା କବଚ ସାଜିଛି l ମୋରମ ମାଫିଆ ଏବଂ ପ୍ରଶାସନ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ଲୁଟ ପାଟ ଚାଲିଛି l ଦାନଗଦି ତହସିଲର ମାନତୀରା ରାଜସ୍ୱ ସର୍କଲ ଅଞ୍ଚଳରୁ କେବଳ ରାତିରେ ନୁହେଁ ଦୈନନ୍ଦିନ ସ୍ପଷ୍ଟ ଦିବାଲୋକରେ ମଧ୍ୟ ଶହ ଶହ ଟ୍ରିପ ମୋରମ ଲୁଟ ଚାଲିଛି l ହେଲେ ସ୍ଥାନୀୟ ପ୍ରଶାସନ ନୀରବ ରହିବା ଘଟଣା ଅଧିକ ରହସ୍ୟମୟ ହୋଇଛି l କାରଣ ଏକ ମାଫିଆ ଗୋଷ୍ଠି ପ୍ରଶାସନର ବାହୁ ଛାୟା ତଳେ ରହି ଏଭଳି ମୋରମ ଚୋରା ଚାଲାଣକୁ ଆପଣେଇ ଛନ୍ତି l ତେବେ ପ୍ରଶାସନ ରକ୍ଷକ ହୋଇ ଭକ୍ଷକ ସାଜିବା ଘଟଣା ଅଧିକ ରହସ୍ୟମୟ ହୋଇଛି l କେବଳ ଅଭିଯୋଗ ହେଲେ ଲୋକ ଦେଖାଣିଆ ଭାବେ ପ୍ରଶାସନ ଲୁଟେରାଙ୍କ ଠାରୁ ଅଳ୍ପ କିଛି ଜୋରିମାନା ଆଦାୟ କରି ଚୁପ ରହୁଛି l ଯାହା ଫଳରେ ଲୁଟେରାମନେ ଅଧିକ ସକ୍ରିୟ ହୋଇ ଉଠୁଛନ୍ତି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ମାନତିରା ରାଜସ୍ବ ସର୍କଲ ପରିସରରେ ଥିବା ନିଉ – ଭୀଷ୍ଟା ( ଇମାମି ) ସିମେଣ୍ଟ କାରଖାନାକୁ ଏକ ନୂତନ ରେଲୱେ ଲାଇନ ଯାଉଛି l ଟେଣ୍ଡର ହାତେଇଥିବା ଠିକ ସଂସ୍ଥା ଏହାର ଖନନ ଦାୟିତ୍ଵ ନେଇଛି l ନିଉ – ଭୀଷ୍ଟା କାରଖାନା ରେଲୱେ ଲାଇନ ଖନନ କାମ ପ୍ରାୟ ୨ ବର୍ଷ ହେବ ଚାଲିଛି। ଖନନ ସମୟରେ ବାହାରୁଥିବା ହାଇ କ୍ୱାଲିଟି ମୋରମ ସବୁକୁ ନିକଟ ପଡ଼ିଆରେ ଗଚ୍ଛିତ ରଖାଯାଉଛି l ପାହାଡ ପରି ୩ ଟି ସ୍ଥାନରେ ଗଚ୍ଛିତ ଏହି ମୋରମ ପ୍ରଶାସନର ଜାଣତରେ ରଖା ଯାଇଛି। ହେଲେ କିଛି ମାଫିଆ ଗଚ୍ଛିତ ମୋରମ କୁ ଖୋଲା ଖୋଲି ବିକ୍ରି କରୁଥିବା ଅଭିଯୋଗ ହେଉଛି l ଏପରିକି ଏଠାରୁ ମୋରମ ଅନ୍ୟ ସ୍ଥାନକୁ ଚାଲାଣ କରି ମୋରମ ମାଫିଆ ମାନେ ମାଲେ ମାଲ ହେଉଛନ୍ତି l ଏହି ମୋରମ ଚୋରା ଚାଲାଣରେ ପ୍ରଶାସନ କୋଟି କୋଟି ଟଙ୍କା ରାଜସ୍ବ ହରାଉଛି l ମୁଖ୍ୟତଃ ମୋରମ ମାଫିଆ ମାନେ ପ୍ରଶାସନର ବାହୁ ଛାୟା ତଳେ ରହି ମୋରମ ଲୁଟିବାରେ ସକ୍ରିୟ ହେବା ଘଟଣା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ହେଉଛି l ଏହା ବ୍ୟତିତ ମୋରମ ମାଫିଆମାନେ ପଂକପାଳ ପଞ୍ଚାୟତ ଜଟରାପାଳ ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ଓ ଏମାମି ସିମେଣ୍ଟ କାରଖାନା ପଛପଟୁ ମଧ୍ଯ ମୋରମ ଲୁଟ କରୁଥିବା ଅଭିଯୋଗ ହେଉଛି l ହେଲେ ମୋରମ ଚୋରା ଚାଳନ ରୋକିବା ପାଇଁ ଅଭିଯୋଗ ପରେ ବି ପ୍ରଶାସନ ଚୁପ ହୋଇ ବସି ରହିବା ଘଟଣାକୁ ଅଧିକ ରହସ୍ୟମୟ କରୁଛି l କାରଣ ପ୍ରଶାସନ ମାଫିଆଙ୍କ ଠାରୁ ମୋଟା ଅଙ୍କର ବଟି ନେଇ ଚୁପ ରହୁଥିବା ସ୍ଥାନୀୟ ଲୋକଙ୍କ ଠାରେ ଚର୍ଚ୍ଚା ଜୋର ଧରିଛି l ଏହି ମୋରମ ଚୋରା ଚାଲାଣ ରେ ନିଉ –ଭିଷ୍ଟା (ଇମାମି) ରେଳୱେ ଲାଇନ କାମ ନେଇଥିବା ଠିକା ସଂସ୍ଥା ସଂପୃକ୍ତ ଥିବା ଅଭିଯୋଗ ହେଉଛି। ଜିଲ୍ଳା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାସହ ଗଚ୍ଛିତ ମୋରମ ଓ ଖୋଳା ଯାଇଥିବା ମୋରମ କୁ ମେଜରମେଣ୍ଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି
