Odisha news

ପ୍ରଚାରର ଶେଷ ଦିନରେ ବିଜେଡିର ବିଶାଳ ରୋଡ଼ ସୋ

0

(ହିଞ୍ଜିଳିକାଟୁ-୨୨/ମାର୍ଚ୍ଚ/୨୦୨୨) ପୌର ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ବିଶାଳ ରୋଡ଼ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେଡି। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବା କାରଣରୁ ବିଜେଡି ଭଲ ସ୍ଥିତିରେ ରହିଛି ତଥାପି ଆଜି ଜବରଦସ୍ତ ରୋଡ଼ ସୋ କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛି।

ଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରୀ କରି ହିଞ୍ଜିଳିକାଟୁ ପୋୖରାଞ୍ଚଳବାସୀଙ୍କୁ ବିଜେଡି ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ। ମଙ୍ଗଳବାର ବିଜେଡି ପୋୖରାଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ପୋଲେଇ ଅନ୍ୟ କାଉନସିଲର ପ୍ରାର୍ଥୀ ମାନଙ୍କ ସହ ରୋଡ଼ ସୋରେ ସାମିଲ ହୋଇଥିଲେ।

ଏହି ଅଭିଯାନରେ ଶତାଧିକ ଯୁବକ ଓ ଛାତ୍ର ମୋଟରସାଇଲଲ ରାଲିରେ ଅଂଶଗ୍ରହଣ କରିଥିଲେ। ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ଉପ-ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ୟାରୀମୋହନ ପାଢ଼ୀ, ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ସହାୟକ ନିଳମଣୀ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, କେଶବ ମହାରଣା, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, ପ୍ରମୂଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply