Odisha news

ତିର୍ତୋଲ ଉପନିର୍ବାଚନ : ସଢେଇଶାସନ ପଂଚାୟତରେ ବିଜେଡି କର୍ମି ସମ୍ମୀଳନୀ

0

ବିରିଡି ; ତିର୍ତୋଲ ଉପନିର୍ବାଚନ ପରପେକ୍ଷିରେ ବିରିଡି ବ୍ଲକର ସଢେଇଶାସନ ପଂଚାୟତରେ ବିଜେଡି ଦଳ ପକ୍ଷରୁ ଏକ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯୁବ ସରପଂଚ ଅମିତ କୁମାର ରାଉଳଙ୍କ ଆହ୍ୱାନରେ ଏବଂ ପଂଚାୟତ ବିଜେଡି ସଭାପତି ଗୋପାଳ ଓଝା ଓ ମହିଳା ସଭାନେତ୍ରୀ ମମତା ଦାଶଙ୍କ ସୁପରିଚାଳନାରେ ଆୟୋଜିତ ଏହି ସମ୍ମିଳନୀରେ ବ୍ଲକ ସଭାପତି ରବିନ୍ଦ୍ର ରାଉଳ ଅଧକ୍ଷତା କରିଥିଲେ ।

ଏହି ସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗଦେଇ ଆସନ୍ତା ୩ ତାରିଖରେ ତିର୍ତୋଲ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳର ପାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କୁ ସଂଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ କର୍ମିମାନଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ଉପସ୍ଥିତ କର୍ମିମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ୨୦ ବର୍ଷ ବିଜୁ ଜନତା ଦଳ ସାଶନ ସମୟରେ ପ୍ରିୟ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ରାଜ୍ୟର ବିକାଶ ଧାରାକୁ ଦୃତ ଗତିରେ ଆଗେଇ ନେଇଛନ୍ତି । ଲୋକମାନଙ୍କ ପାଇଁ ଗମନାଗମନ, ସ୍ୱାସ୍ଥ୍ୟ, ବିଷୁର୍ଦ୍ଧ ପାନୀୟ ଜଳ ଯୋଗାଇବା, କୃଷକମାନଙ୍କ ପାଇଁ ଅଧିକରୁ ଅଧିକ ମଣ୍ଡି ଖୋଲିବା, ବିଶେଷକରି ମିଶନ ଶକ୍ତି ମାଧ୍ୟମରେ ମା ମାନଙ୍କୁ ଆତ୍ମ ନିର୍ଭର ଶୀଳ କରାଇବା ଭଳି ଅନେକ ଗୁଡିଏ ଜନ ହିତକର ଯୋଜନା କରିଛନ୍ତି ।

ଯାହାକୁ ଓଡିଶାର ସାଢେ ୪ କୋଟି ଲୋକ ଭୁଲି ପାରୁ ନାହାନ୍ତି । ତେଣୁ ତିର୍ତୋଲରେ ବିଜେଡି ପାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ବଜାୟ ରଖିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୃଶିଂହ କୁମାର ଦାସ, ନେତ୍ରାନନ୍ଦ ପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିବା ବେଳେ ଭାଷ୍କର ଓଝା, ନିବାରଣ ସେଠୀ, ପ୍ରଣବ ରଂଜନ ପୃଷ୍ଠି, ମାନସ ବେହେରା, ନରେଶ ଓଝା, କୃଷ୍ଣ ଚନ୍ଦ ମଲ୍ଲିକ, ବିମ୍ବାଧର ମହାରଣା, ଅଚ୍ୟୁତ ସାହୁ, ଅରବିନ୍ଦ ସାହୁ, ଶ୍ରୀକାନ୍ତ ସାହୁ, ବିକ୍ରମ ସାହୁ ପ୍ରମୁଖ ଏହି କର୍ମି ସମ୍ମିଳନୀରେ ଉପସ୍ଥିତ ଥିଲେ ।

 

Leave A Reply