Odisha news

ନଗର ବିଜୁ ଜନତା ଦଳର ସାଂଗଠନିକ କର୍ମକର୍ତା ଚୟନ,ଜୀବନାନନ୍ଦ ମହାପାତ୍ର ହେଲେ ନଗର ସଭାପତି

0

ନିମାପଡା:ଆଜି ସ୍ଥାନୀୟ ଟାଉନହଲ ଠାରେ ନିମାପଡା ନଗର ବିଜୁ ଜନତା ଦଳର ସାଂଗଠନିକ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ।ଏହି ଏନ୍ଏସିର ଥିବା ୧୧ଟି ୱାର୍ଡର ବିଜେଡି ସଭାପତି,ନଗର ସଭାପତି ଓ ଏକ ୩୯ ଜଣିଆ ନଗର କମିଟୀ ଚୟନ କରାଯାଇଥିଲା ।ବିଜେଡି ୧ନଂ ୱାର୍ଡର ସଭାପତି ଭାବେ ରବିନାରାୟଣ ମିଶ୍ର,୨ନଂ ୱାର୍ଡର ପ୍ରକାଶ ନାୟକ,୩ନଂ ୱାର୍ଡର ସତ୍ୟନାରାୟଣ ସାହୁ,୪ନଂ ୱାର୍ଡର ସୂର୍ଯ୍ୟକାନ୍ତ ମହାନ୍ତି,୫ନଂ ୱାର୍ଡର ଶିବ ପ୍ରସାଦ ସାହୁ,୬ନଂ ୱାର୍ଡର ଶ୍ରୀକାନ୍ତ ସାହୁ,୭ନଂ ୱାର୍ଡର ସୁରେନ୍ଦ୍ର ସାହୁ,୮ନଂ ୱାର୍ଡର ବିଚିତ୍ରା ନନ୍ଦ ପାତ୍ର,୯ନଂ ୱାର୍ଡର ଶରତ ଚନ୍ଦ୍ର ସାହୁ,୧୦ ନଂ ୱାର୍ଡର ଜଟକୃଷ୍ଣ ଜେନା ଓ ୧୧ନଂ ୱାର୍ଡର ସଭାପତି ଭାବେ ଗୋପାଳ ଚନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଥିଲେ ।ଏକ ୩୯ ଜଣିଆ ନଗର କମିଟୀ ଗଠନ କରାଯାଇଥିଲା ।ନୂତନ ନଗର ସଭାପତି ଭାବେ ପୁନର୍ବାର ଜୀବନାନନ୍ଦ ମହାପାତ୍ର ମନୋନିତ ହୋଇଥିଲେ ।ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଯୋଗଦେଇ ନବନିର୍ବାଚିତ ନଗର ସଭାପତି ଓ ୱାର୍ଡ ସଭାପତି ମାନଙ୍କୁ ଫୁଲ୍ଲ ମାଳ ଦେଇ ସ୍ୱାଗତ କରିଥିଲେ ।ରଂଜନ କୁମାର ମହାନ୍ତି ନିର୍ବାଚନ ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ସନାତନ ପ୍ରଧାନ,ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷା କୈାଶଲ୍ୟା ସାହୁ,ଯୁବନେତା ସନ୍ତୋଷ ଦାଶ,ଅରୁଣ ପ୍ରସାଦ ଦାଶ,ପଦ୍ମଚରଣ ସାହୁ,ପୂର୍ଣ୍ଣଚନ୍ଦ୍ର ସେନାପତି ପ୍ରମୁଖ ଯୋଗ ଉପସ୍ଥିତଥିଲେ ।

Leave A Reply