କାକଟପୁର 18/2 ବିଜୁଛାତ୍ର ଜନତାଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ପୁରୀଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପଂଚାୟତ ରେ ଛାତ୍ର ସଭାପତି ଚୟନ କର।ଯାଇଥିବା ବେଳେ, ଏଥିମଧ୍ୟରୁ କଣ୍ଟାପଡା ଗ୍ରାମ ପଂଚାୟତ ଛାତ୍ର ଜନତାଦଳ ସଭାପତି ସ୍ମୃତି ରଞ୍ଜନ ବାରୀକ ଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତାଦଳ ସଭାପତି ରାକେଶ ବେହେରା ଏବଂ ବ୍ଲକ ବିଜେଡି ଛାତ୍ର ଜନତାଦଳ ସଭାପତି ବିଷ୍ଣୁ ପ୍ରସାଦ ନାୟକ ଚୟନ କରିଛନ୍ତି । ସେ ଏହାର ଶ୍ରେୟ ରାଜ୍ୟ ବିଜେଡ଼ି ଦଳର ସଭାପତି ତଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଯୁବ ବ୍ୟାପାର, ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପ।ଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ , କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣ ନାଥ ମଲିକଙ୍କୁ ଜଣାଇବା ସହ ତୃଣ ମୂଳ ସ୍ତରରୁ ଛାତ୍ର ବିଜେଡିକୁ ସଶକ୍ତ କରିବାକୁ ଶ୍ରୀ ବାରୀକ ପ୍ରେସ ବିବୃତିରେ କହିଛନ୍ତି ।
