ବିରିଡି, ୨୭ା୧୦ ; ପବିତ୍ର ଦଶହରାରେ ବିରିଡି ବ୍ଲକର ବିଭିନ୍ନ ସ୍ଥାନରେ ପୂଜା କରାଯାଇଥିବା ମା ଦୁର୍ଗା ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଆଜି ମେଲଣି ଦିଆଯାଇଛି । ବାଲିଆରେ ମା ଦୁର୍ଗାଙ୍କୁ ସେବକ ମାନେ କାନ୍ଧରେ ବସାଇ ନେଇ ପାରମ୍ପରିକ ବାଦ୍ୟ ସହକାରରେ ସ୍ଥାନୀୟ ବିଲୁଆଖାଇ ନଦୀରେ ବିଷର୍ଜନ କରିଥିବା ବେଳେ ସେହି ଗ୍ରାମରେ ପୂଜା ପାଇଥିବା ଅନ୍ୟାନ୍ୟ ଦେବାଦେବୀଙ୍କୁ ମଧ୍ୟ ଆଜି ବିଷର୍ଜନ କରାଯାଇଥିଲା ।
ସେହିପରି ବିରିଡିର ମା ଦୁର୍ଗା ରାମ ଅଭିଶେକ ଓ ବିରିଡି ବଜାର କମିଟି ଦ୍ୱାରା ପୂଜା ପାଇଥିବା ମୃଣମୟ ମୃର୍ତିଙ୍କର ଆଜି ବିଷର୍ଜନ କରାଯାଇଥିଲା । ତେବେ ଅନ୍ୟ କେତେକ ସ୍ଥାନରେ ପୂଜା ପାଇଥିବା ମା ଦୁର୍ଗାଙ୍କ ମୃଣମୃତି ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ବିଷର୍ଜନ କରାଯାଇଥିବା ବେଳେ ସବୁଆଡେ କୋଭିଡ-୧୯ ନିୟମକୁ ଅନୁପାଳନ କରାଯିବା ସହ ଅତି ଆଡମ୍ବର ଭାବେ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।