ଜୀବଜନ୍ତୁ ଓ ପକ୍ଷୀ ମାନଙ୍କ ମଧ୍ୟରେ ଅନିଷ୍ଟ ଶକ୍ତିକୁ କାବୁ କରି ରଖିବାର ଅଦ୍ଭୁତ ଶକ୍ତି ରହିଛି l ଶାସ୍ତ୍ରରେ ମାନ୍ୟତା ରହିଛି ଯେ କାଉ ଭୋଜନ କରାଇବା ଦ୍ୱାରା ଶତ୍ରୁ ନାଶ ହୋଇଥାଏ ଓ ଶନି ପୀଡା ଦୂର ହୋଇଥାଏ l ବୁଧଦେବ ଙ୍କ କୃପା ଲାଭ କରିବା ପାଇଁ ବୁଧବାର ଦିନ ଶୁଆ କୁ ପଞ୍ଜୁରୀ ରୁ ମୁକ୍ତ କରିବା ଓ ତାକୁ କଞ୍ଚା ଲଙ୍କା ଅଙ୍ଗୁର ଇତ୍ୟାଦି ଭୋଜନ କରାଇବା ଶୁଭ ହୋଇଥାଏ l
ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ପ୍ରତିଦିନ ପକ୍ଷୀ ଭୋଜନ କରାନ୍ତୁ , ଏହାଦ୍ୱାରା ବ୍ୟବସାୟ ରେ ଉନ୍ନତି ହୋଇଥାଏ l ସେହିଭଳି ଜନ୍ମ କୁଣ୍ଡଳୀ କୁ ନେଇ ମଧ୍ୟ ଦାନଧର୍ମ କରିବା ଆବଶ୍ୟକ l ଜୀବଜନ୍ତୁ ଙ୍କୁ ଭୋଜନ କରାଇବା ଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ମାନ୍ୟତା ରହିଛି l
* ଜନ୍ମ କୁଣ୍ଡଳୀ ଅନୁସାରେ , ଯଦି ଆପଣଙ୍କ ଧନ ସ୍ଥାନର ମାଲିକ ସୂର୍ଯ୍ୟ ଅଟନ୍ତି ତେବେ ବ୍ୟବସାୟ ରେ ଉନ୍ନତି ପାଇଁ ପ୍ରତିଦିନ ଗାଧୋଇ ସାରି ସୁର୍ଜ୍ୟମନ୍ତ୍ର ଜପ କରି ଗହମ ଓ ବାଜରା ଚଢେଇ ମାନଙ୍କୁ ଦିଅନ୍ତୁ l ଏହାଦ୍ୱାର ବ୍ୟବସାୟ ରେ ଉନ୍ନତି ହେବ l
* ଯଦି ଆପଣଙ୍କ ଧନ ସ୍ଥାନରେ ଚନ୍ଦ୍ରମା ରହିଛନ୍ତି ତେବେ ପ୍ରତିଦିନ ମହାଦେବ ଙ୍କୁ ପୂଜା କରିବା ସହିତ ଶିବ ସ୍ତୋତ୍ର ଜପ କରନ୍ତୁ ଏବଂ ଚଢେଇ ମାନଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ବ୍ୟବସାୟ ଠିକ ଭାବରେ ଚାଲିବ l
* ଯଦି ଆପଣଙ୍କ ଧନ ସ୍ୱାମୀ ମଙ୍ଗଳ ଅଟନ୍ତି ତେବେ ମଙ୍ଗଳ ଗ୍ରହକୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କର ସ୍ଟୁତୁ କରନ୍ତୁ ଓ ନାଲି ମସୁର ଡାଲି ଚଢେଇ ମାନଙ୍କୁ ଭୋଜନ କରାନ୍ତୁ l ଏହାଦ୍ୱାରା ରିଷ୍ଟ ଖଣ୍ଡନ ହୋଇ ବ୍ୟବସାୟ ରେ ଉନ୍ନତି ହେବ l
* ଯଦି ଧନ ସ୍ଥାନରେ ବୁଧ ଅଛନ୍ତି ତେବେ ପ୍ରତିଦିନ ଚଢେଇ ମାନଙ୍କୁ ମୁଗ ଡାଲି କିମ୍ବା ଗୋଟା ମୁଗ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ବ୍ୟବସାୟ ସମ୍ବନ୍ଧିତ ସମସ୍ୟା ଦୂର ହେବ ଓ ବ୍ୟବସାୟ ରେ ସଫଳତା ପାଇବେ l
* ଯଦି ଧନ ସ୍ୱାମୀ ବୃହସ୍ପତି ଅଟନ୍ତି ତେବେ ପ୍ରତିଦିନ ଚଢେଇ ମାନଙ୍କୁ ହାର୍ଡ ଡାଲି ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ବୃହସ୍ପତିଙ୍କ ସ୍ଥାନ ମଜବୁତ ହୋଇ ବ୍ୟବସାୟ ରେ ଉନ୍ନତି ହେବ l
* ଧନ ସ୍ୱାମୀ ଶୁକ୍ର ଦେବ ହୋଇଥିଲେ ପ୍ରତିଦିନ ଚଢେଇ ମାନଙ୍କୁ ଚାଉଳ ଭୋଜନ ରେ ଦିଅନ୍ତୁ ଓ ଜଳ ମଧ୍ୟ ଦିଅନ୍ତୁ l ଏହାଦ୍ୱାରା ବ୍ୟବସାୟ ଠିକ ଭାବରେ ଚାଲିବ l
* ଧନ ସ୍ୱାମୀ ଶନି ଦେବ ରହିଥିଲେ କଳା ବିରି ଚଢେଇ ମାନଙ୍କୁ ଭୋଜନ କରାନ୍ତୁ ଏବଂ ଶନି ଗ୍ରହ ସମ୍ବନ୍ଧିତ ମନ୍ତ୍ର ପାଠ କରନ୍ତୁ l ବ୍ୟବସାୟ ଖୁବ ସୁନ୍ଦର ଭାବରେ ଚାଲିବ l
* ଯଦି ରାହୁ -କେତୁ ଙ୍କ ଯୋଗୁଁ ବ୍ୟବସାୟ ରେ ବାଧା ସୃଷ୍ଟି ହେଉଛି ତେବେ ବାଜରା , ସୋରିଷ ଓ ଜ ପକ୍ଷୀ ମାନଙ୍କୁ ଭୋଜନ କରାନ୍ତୁ l ଏହାଦ୍ୱାରା ରାହୁ-କେତୁ ଙ୍କ ପୀଡା ହ୍ରାସ ହେବ ଓ ବ୍ୟବସାୟ ମଧ୍ୟ ସୁନ୍ଦର ଭାବରେ ଚାଲିବ l