ବୈଶିଙ୍ଗା–୨୬/୧–୧୮ନଂ ଜାତୀୟ ରାଜପଥ ବୈଶିଙ୍ଗା ପଣ୍ଡା ଆଇଟିଆଇ ପାର୍ଶ୍ଵରେ ସେନାପତି ଏଣ୍ଟରପ୍ରାଇଜେସ ତରଫରୁ ଡେଲଟିକ କମ୍ପାନୀର ଏକ ଇଲେକ୍ଟ୍ରି ବାଇକ ସୋରୁମ ଉଦଘାଟିତ ହୋଇଥିବାର ଜଣାଯାଇଛି। ମୂଖ୍ୟ ଅତିଥି ଭାବେ ବୈଶିଙ୍ଗା ଡାକ୍ତରଖାନାର ମୂଖ୍ୟ ଡାକ୍ତର ଅମିତ କୁମାର ନାୟକ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏହି ବାଇକ ଚଳାଇବା ଦ୍ଵାରା ପରିବେଶ ପ୍ରଦୂଷଣ ମୁକ୍ତ ହେବା ସାଙ୍ଗକୁ ନିରାପଦ ଚାଳନା ଉପଯୁକ୍ତ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଡଦେଉଳିଆ ସରପଞ୍ଚ ମଧୁ ସିଂ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ କୁମାର ଓତା, ବୈଶିଙ୍ଗା ମିଡ଼ିଆ ସେଣ୍ଟର ତରଫରୁ ସୀତାନାଥ ବେହେରା, ପୂର୍ବତନ ସନ୍ତରା ସରପଞ୍ଚ ଚତୁର୍ଭୁଜ ପୃଷ୍ଟି , ରାଜୀବ ରଞ୍ଜନ ସେନାପତି , ଖିକା ଭାଇ , ବିଶ୍ଵନାଥ ବିନ୍ଧାଣୀ, ଅବସର ପ୍ରାପ୍ତ ଶିକ୍ଷକ କୈଳାଶ ମହାପାତ୍ରଙ୍କ ସମେତ ବହୁ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଏହି ଇଲେକ୍ଟ୍ରି ବାଇକ ଅଧିକ ପରିମାଣର ବିକ୍ରି ହେଲେ ପେଟ୍ରୋଲ ର ଚାହିଦା ଧୀରେ ଧୀରେ କମିବା ସାଙ୍ଗକୁ ପରିବେଶ ପ୍ରଦୂଷଣ ମୁକ୍ତ ହେବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।