ବିହାରରେ ଅବସ୍ଥିତ ଏପରି ଏକ ଧର୍ମ ନିରପେକ୍ଷ ଗ୍ରାମ, ଯେଉଁଠାରେ ଜଣେ ମଧ୍ୟ ମୁସଲମାନ ନାହାନ୍ତି କିନ୍ତୁ ଦିନକୁ ପଢ଼ାଯାଏ ୫ଥର ନମାଜ
ନୂଆଦିଲ୍ଲୀ : ଦେଶରେ ବର୍ତମାନ ଲାଉଡ଼ସ୍ପିକର ରେ ଅଜାନ କୁ ଖୁବ ଚର୍ଚା ଚାଲିଛି ଓ ଭାରତରେ ପ୍ରାୟ ଅଧିକାଂଶ ଦିନ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।କିନ୍ତୁ ଏହି ଭାରତରେ ଏପରି ଗୋଟିଏ ଗ୍ରାମ ରହିଛି ଯାହା ବିଷୟରେ ସମସ୍ତେ ଜାଣିବା ଉଚିତ, ଯେଉଁଠି ଜଣେ ବି ମୁସଲମାନ ନାହାନ୍ତି ତଥାପି ମସଜିଦ ରେ ପ୍ରତିଦିନ ନମାଜ ପାଠ କରାଯାଇ ଥାଏ l ଇଦ୍ ସମୟରେ ମସଜିଦ କୁ ରଙ୍ଗ ମଧ୍ୟ କରାଯାଇ ଥାଏ , ମସଜିଦ ଟିକୁ ଦେଖିଲେ ଲାଗି ନଥାଏ ଯେ ଏଠାରେ କୌଣସି ମୁସଲମାନ ରାହୁ ନାହାନ୍ତି । ଏହାକୁ ଜାଣିଲେ ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ହୋଇଯିବେ, କିନ୍ତୁ ଗୋଟିଏ ବି ମୁସଲମାନ ପରିବାର ନଥାଇ ମଧ୍ୟ ଏଠାରେ ନିୟମ ଅନୁସାରେ ଦିନକୁ ୫ଥର ନମାଜ ପଢ଼ାଯାଇ ଥାଏ l ଏହି କାର୍ଯ୍ୟକୁ ଉକ୍ତ ଗ୍ରାମର ହିନ୍ଦୁ ସମୁଦାୟର ବ୍ୟକ୍ତିମାନେ କରି ଥାଆନ୍ତି l
ବିହାରରେ ଅବସ୍ଥିତ ଏହି ଧର୍ମ ନିରପେକ୍ଷ ଗ୍ରାମ –
ନାଳନ୍ଦା `ଜିଲ୍ଲାର ମାଡି ଗ୍ରାମରେ କେବଳ ହିନ୍ଦୁ ସମୁଦାୟ ର ଲୋକମାନେ ରହୁଛନ୍ତି l କିନ୍ତୁ ଏଠାରେ ଗୋଟିଏ ମସଜିଦ ମଧ୍ୟ ରହିଛି l ଏହି ଗ୍ରାମରେ ରହୁଥିବା ଲୋକମାନେ ମସଜିଦ କୁ ନୀତି ନିୟମ ଅନୁସାରେ ଦିନକୁ ୨ଥର ସଫାସୁତୁରା କରି ଥାଆନ୍ତି l ଏହି ଗ୍ରାମରେ ବ୍ୟକ୍ତିମାନେ ପୂଜା ପର୍ବରେ ମସଜିଦ ବାହାରେ ମୁଣ୍ଡିଆ ମଧ୍ୟ ମାରି ଥାଆନ୍ତି , ସେମାନେ ଉକ୍ତ ମସଜିଦ ଟିକୁ ବିନା କୌଣସି ସଙ୍କୋଚ ରେ ଦେଖା ରଖା କରି ଥାଆନ୍ତି । ଏହି ଗ୍ରାମରେ ରହୁଥିବା ଲୋକ ମାନଙ୍କର ଧାରଣା ରହିଛି ଯେ ଯଦି ଏପରି ଯିଏ କରି ନଥାଏ ତା ଉପରକୁ ବିପଦ ଆସିଥାଏ l
ପୂର୍ବରୁ ଏଠାରେ ରହୁଥିଲେ ମୁସଲମାନ –
ଯେପରି ଅନୁଭବ ହୋଇଥାଏ ଏହି ମାଡ଼ି ଗ୍ରାମ ହେଉଛି ଗଙ୍ଗା ଯମୁନା ଙ୍କ ସଙ୍ଗମ ଭଳି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବହୁ ବର୍ଷ ପୂର୍ବରୁ ଏହି ଗ୍ରାମରେ ମୁସଲମାନ ପରିବାର ରହୁଥିଲେ, କିନ୍ତୁ ଧୀରେ ଧୀରେ ନିଜର ପେଟ ପୋଷିବା ପାଇଁ ସେମାନେ ସବୁ ଗ୍ରାମ ଛାଡି ଚାଲି ଯାଇଥିଲେ ଓ ସେମାନଙ୍କ ଯିବା ପରେ ଗ୍ରାମରେ ମସଜିଦ ଟି ରହି ଯାଇଥିଲା l ଏହି ମସଜିଦ ଟି କେବେ ଓ କିଏ ତିଆରି କରିଥିଲେ ଏହାକୁ ନେଇ କୌଣସି ନିର୍ଦ୍ଧିଷ୍ଟ ପ୍ରମାଣ ନାହିଁ l କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯାହା ସେମାନେ ତାଙ୍କ ପୂର୍ବ ପୁରୁଷଙ୍କ ନିକଟରୁ ଶୁଣିଛନ୍ତି ଏହା ୨୫୦ ବର୍ଷ ପୁରୁଣା ଅଟେ l
ଯେପରି ବିବାହ ଉତ୍ସବ ରେ ହିନ୍ଦୁ ଦେବଦେବୀ ଙ୍କ ମନ୍ଦିର କୁ କାର୍ଡ ପଠାଯାଇ ଥାଏ , ସେହିଭଳି ମସଜିଦ କୁ ମଧ୍ୟ କାର୍ଡ ଦିଆ ଯାଇଥାଏ । ଗ୍ରାମବାସୀ ଙ୍କ ପାଇଁ ଯଦି କୌଣସି ବିପଦ ଆସିଥାଏ ସେମାନେ ମସଜିଦ ଆଗରେ ବସି ପ୍ରାର୍ଥନା କରି ଥାଆନ୍ତି ।
ମସଜିଦ ରେ କିଏ ପଢ଼ିଥାଏ ନମାଜ –
ଲୋକ ମାନଙ୍କର ଧାରଣା ଅନୁସାରେ ଗାଁ ରେ ଜଣେ ମଧ୍ୟ ମୁସଲମାନ ନରହି ମଧ୍ୟ କିଏ ନମାଜ ପଢ଼ିଥାଏ l ଏହି ଗ୍ରାମର ହିନ୍ଦୁମାନେ ଗୋଟିଏ ପେନ ଡ୍ରାଇଭ ଜରିଆରେ ରେକର୍ଡିଙ୍ଗ କରି ଆଜାନ କୁ ରଖିଛନ୍ତି , ଠିକ ସମୟ ଆସିବା ମାତ୍ରକେ ତାହାକୁ ଲଗାଇ ଦେଇ ଥାଆନ୍ତି l