ଇନ୍ଦୋର: ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ଼ ଝଟ୍କା ଲାଗିଛି। ଇନ୍ଦୋରର ପ୍ରଶାସନ ପକ୍ଷରୁ କମ୍ପାନୀର କ୍ଲିନିକାଲ୍ ଟ୍ରାଏଲ୍ ଆବେଦନକୁ ଖାରଜ କରିଦିଆ ଯାଇଛି। କରୋନା ରୋଗୀଙ୍କ ଉପରେ ଆୟୁର୍ବେଦିକ ଔଷଧକୁ କ୍ଲିନିକାଲ ପରୀକ୍ଷା କରିବା ପାଇଁ ବାବାଙ୍କ କମ୍ପାନୀ ଅନୁମତି ମାଗିଥିଲା। ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ନେଇ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ଇନ୍ଦୋରରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କୁ ଆୟୁର୍ବେଦିକ ଔଷଧ ଦିଆଯିବ ବୋଲି ମଧ୍ୟ ଖବର ପ୍ରକାଶ ପାଇଥିଲା।
ମେଡିକାଲ କଲେଜର ଡିନ୍ ଏକ ସ୍ଥାନୀୟ ଖବରକାଗଜକୁ ସୂଚନା ଦେଇ କହିଛନ୍ତି, ଔଷଧ କରୋନା ରୋଗୀଙ୍କୁ ଦେବା ଏବଂ ଫଳାଫଳ ପରୀକ୍ଷା କରିବା ପାଇଁ ଏହି ଆବେଦନ କରାଯାଇଥିଲା। ତେଣୁ ଆବେଦନଟିକୁ ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଛି। ଜୟପୁରର କିଛି ରୋଗୀଙ୍କ ଉପରେ ଏହା ପରୀକ୍ଷା କରାଯାଇଛି ବୋଲି ବାବାଙ୍କ କମ୍ପାନୀ ଦାବି କରିଛି।
କଲେକ୍ଟରଙ୍କ କହିବା ଅନୁଯାୟୀ, ଡ୍ରଗ୍ ପରୀକ୍ଷାକୁ ଅନୁମତି ଦେଇ ନଥିଲା। କାରଣ ଆୟୁର୍ବେଦିକ କିମ୍ବା ହୋମିଓପାଥିକ ଔଷଧର କ୍ଲିନକାଲ୍ ପରୀକ୍ଷା ହୋଇନଥାଏ। ଏଥିପାଇଁ ଏକ ପ୍ରୋଟୋକଲ୍ ଥାଏ। ତେଣୁ ଏହିସବୁ ବିଷୟରେ ବିଚାର କରି ଆବେଦନ ଅନୁମତି ପ୍ରତ୍ୟାହାର କରିନିଆଯାଇଛି।