Odisha news

ବିଦୁରଙ୍କ ନୀତି ଅନୁସାରେ : ଜଣେ ଭଲ ଓ ସଫଳ ନେତା ହେବାପାଇଁ ଏହି ଗୁଣର ଅଧିକାରୀ ହେବା ଆବଶ୍ୟକ

ମହାତ୍ମା ବିଦୁର ନିଜର ଜ୍ଞାନ ଓ ନୀତିବାଣୀ ଯୋଗୁ ପ୍ରସିଦ୍ଧ ଅଟନ୍ତି l ମହାଭାରତ ସମୟରେ ତାଙ୍କର ବିଶେଷ ମହତ୍ୱ ରାଜଦରବାରରେ ରହିଥିଲା l ସେ ନିଜ ନୀତିଶାସ୍ତ୍ରରେ ଅନେକ ଗୁଡିଏ ମହତ୍ୱପୂର୍ଣ୍ଣ ଚିନ୍ତାଧାରାକୁ ଆମ ମାନଙ୍କ ନିକଟରେ ବର୍ଣ୍ଣନା କରିଛନ୍ତି l ଆଜିର ବିଦୁର ନୀତି ଜଣେ ବିଶେଷ ନେତୃତ୍ୱ ବ୍ୟକ୍ତି ପାଇଁ କୁହାଯାଇଛି l ଜଣେ ନେତା ପାଖରେ କେଉଁସବୁ ଗୁନ୍ଥିବା ଆବଶ୍ୟକ l

* ବିଦୁରଙ୍କ ମତରେ ଜଣେ ଭଲ ନେତା ହୋଇଥାଏ ଯେତେବେଳେ ସେ କିଛି ଶିଖିବା ପାଇଁ ସଂକୋଚ କରି ନଥାଏ l ବ୍ୟକ୍ତି ସବୁବେଳେ ନୂଆ ନୂଆ ଜିନିଷ ଶିଖିବା ପାଇଁ ଇଛା ପ୍ରକାଶ କରିବା ଆବଶ୍ୟକ l ଜୀବନରେ ସଫଳତା ହାସଲ କରିବା ଓ ଆଗକୁ ବଢିବା ପାଇଁ ନିରନ୍ତର ଶିକ୍ଷାର ବଶ୍ୟକ ରହିଛି l ବିଦୁରଙ୍କ ମତରେ ଯଦି ବ୍ୟକ୍ତିକୁ ତାର ଶତ୍ରୁଠାରୁ ମଧ୍ୟ ଶିଖିବାର ସୁଯୋଗ ମିଳେ ତେବେ ହାତଛଡା କରିବା ଉଚିତ ନୁହେଁ l

* ମହାତ୍ମା ବିଦୁର କହିଛନ୍ତି ଯେଉଁ ବ୍ୟକ୍ତି ନିଜ ସହିତ ସମସ୍ତଙ୍କୁ ନେଇ ଚାଲିଥାଏ ,ସେ ଗୋଟିଏ ଭଲ ନେତା ଭାବରେ ପ୍ରମାଣିତ ହୋଇଥାଏ l କୌଣସି କାର୍ଯ୍ୟକୁ ପୁରା କରିବା ପାଇଁ ଓ ସଫଳ ହେବା ପାଇଁ ଲୋକମାନଙ୍କର ସହଯୋଗ ନିହାତି ଆବଶ୍ୟକ ,ତେଣୁ ଜଣେ ଭଲ ନେତା ନିଜର ସହଯୋଗୀ ମାନଙ୍କୁ ସାଙ୍ଗରେ ନେଇ ଚାଲିବା ଆବଶ୍ୟକ l

* ଗୋଟିଏ ଭଲ ଓ ସଫଳ ନେତା ହେବ ପାଇଁ ବ୍ୟକ୍ତିକୁ ସମୟର ଜ୍ଞାନ ରହିବ ବଶ୍ୟକ ଓ ସେଥିପାଇଁ ସଚେତନ ହେବ ଉଚିତ l ଯେଉଁ ବ୍ୟକ୍ତି ନିଜ ଜୀବନରେ ସମୟର ମହତ୍ଵକୁ ବୁଝିଥାଏ ଓ ତାର ସଠିକ ପ୍ରୟୋଗ କରିଥାଏ ,ସେ ଜଣେ ଭଲ ନେତା ହୋଇଥାଏ l ସଫଳ ହେବା ପାଇଁ ବ୍ୟକ୍ତିକୁ ଜୀବନରେ ସମୟ ଜ୍ଞାନ ରଖିବା ଆବଶ୍ୟକ l

Ad2

Comments are closed.