Odisha news

ବିଦୁରଙ୍କ ନୀତିରେ : ଯେଉଁ ବ୍ୟକ୍ତି ଅସ୍ଥିର ମନର ହୋଇଥାଏ ସେ କଦାପି ଜୀବନରେ ସ୍ୱଭାଗ୍ୟଶାଳୀ ହୁଏ ନାହିଁ

ମହାତ୍ମା ବିଦୁର ମହାଭାରତ ଯୁଗର ଜଣେ ଜ୍ଞାନୀ ଓ ଗୁଣି ବ୍ୟକ୍ତି ଅଟନ୍ତି l ତାଙ୍କର ନୀତିଶାସ୍ତ୍ର ଆଜି ମଧ୍ୟ ମଣିଷ ସମାଜ ପାଇଁ ଆଦୃତ ଅଟେ l ସ୍ୱୟଂ ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ବିଦୁରଙ୍କର ପ୍ରଶଂସା କରିଛନ୍ତି l କାରଣ ସେ ହେଉଛନ୍ତି ଧର୍ମରାଜ l ଆଜିର ବ୍ୟସ୍ତ ବହୁଳ ଜୀବନରେ ନୀତିଶାସ୍ତ୍ରର ଅନେକ ମହତ୍ୱ ରହିଛି ଯାହା ଆମ ଜୀବନକୁ ସରସ ସୁନ୍ଦର କରିବା ସହିତ ଆମକୁ ଗୋଟିଏ ଭଲ ମଣିଷ ହେବାରେ ପ୍ରବର୍ତ୍ତାଉଛି l ବିଦୁରଙ୍କର ଆଜିର ନୀତିଶାସ୍ତ୍ରଟି ସ୍ଥିର ବ୍ୟକ୍ତିଙ୍କ ଉପରେ ଆଧାରିତ l

* ବିଦୁରଙ୍କ ନୀତିରେ ମଣିଷ ଜୀବନରେ ସଫଳତା ପାଇବା ପାଇଁ ସ୍ଥିର ମନ ଓ ସ୍ଥିର ମସ୍ତିଷ୍କର ହେବ ଉଚିତ l କାରଣ ସ୍ଥିରତା ସଫଳତା ଆଡକୁ ଟାଣି ନେଇଥାଏ l

* ମହାତ୍ମା ବିଦୁର କହିଛନ୍ତି ଯେଉଁ ବ୍ୟକ୍ତି ଜୀବନରେ ଉନ୍ନତି କରିବାକୁ ଚାହୁଁଛି ସେ ସର୍ବଦା ନିଜ ମନକୁ ନିୟନ୍ତ୍ରଣ ରଖିବା ଉଚିତ କାରଣ ଯଦି ଏପରି ନକରିବା ତେବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ଓ ଅସ୍ଥିର ବ୍ୟକ୍ତିଙ୍କ ମନ କୌଣସି କାମରେ ଲାଗି ନଥାଏ l

* ଯେଉଁ ବ୍ୟକ୍ତି ମାନଙ୍କ ମନ ଟିକେ ଚଞ୍ଚଳ ଅଟେ ସେମାନେ ଅସ୍ଥିର ମନ ଶୋଭାବର ହୋଇଥାନ୍ତି l ଏଭଳି ବ୍ୟକ୍ତି ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଭିନ୍ନ କଥା ଚିନ୍ତା କରି ଠିକ କାମ କରି ପାରନ୍ତି ନାହିଁ l ଯାହା ଦ୍ୱାରା ଅସୁବିଧାର ସମ୍ମୁଖୀନ ହୁଅନ୍ତି l

* ଅସ୍ଥିର ମନ ବ୍ୟକ୍ତି ମାନେ କେତେକାଂଶରେ ଈର୍ଷାଳୁ ଶୋଭାବର ହୋଇଥାନ୍ତି l ସେମାନେ ଅନ୍ୟ ମାନଙ୍କର ସୁଖ ଶାନ୍ତି ଦେଖିଲେ ଖୁସିରେ ରହି ପାରନ୍ତି ନାହିଁ l ତେଣୁ ବିଦୁରଙ୍କ ମତରେ ଅସ୍ଥିର ମନା ହୋଇଥିବା ବ୍ୟକ୍ତି ଜୀବନର ସୁଖ ଓ ସଫଳତାକୁ ଲାଭ କରିପାରେ ନାହିଁ l

Govt

Comments are closed.