Odisha news

ହାଇଦ୍ରାବାଦରେ ଜନ୍ମନେଲା ମତ୍ସ୍ୟ ମାନବ : ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଜଳପରି ଭଳି ଗୋଟିଏ ଶିଶୁ ଜନ୍ମ ହୋଇଥିଲା ,କିନ୍ତୁ ଦୁର୍ଭାଗ୍ୟ ବଶତଃ ଶିଶୁଟି ଅଧିକ ସମୟ ଧରି ଜୀବିତ ରହି ପାରିଲା ନାହିଁ l କିନ୍ତୁ ଏହି ଦୁର୍ଲଭ ଦୂର୍ଷ୍ୟ ଦେଖି ଶିଶୁଟିର ପରିବାର ବର୍ଗ ଓ ଡାକ୍ତର ଆଶ୍ଚର୍ଯ୍ୟ ଥିଲେ l ଶିଶୁଟିର ଅଧା ଶରୀର ମଣିଷ ଭଳି ଓ ଅଧା ମାଛ ଆକୃତିର ଥିଲା l ଏହାକୁ ମରମେଡ଼ ସିଣ୍ଡ୍ରୋମ କୁହାଯାଏ ,ଲୋକମାନେ ଏହାକୁ ମଶ୍ଚୟ ମାନବ ମଧ୍ୟ କୁହନ୍ତି ଏହି ଶିଶୁଟି ଟେଟଲା ବୁର୍ଯ୍ୟ ଡାକ୍ତରଖାନାରେ ଜନ୍ମ ହୋଇଥିଲା l ଏହାକୁ ଡାକ୍ତର ମାନେ ଗୋଟିଏ ଦୁର୍ଲଭ ରୋଗର ନାମ ଦେଇଛନ୍ତି ,ଯାହା ୧୦ ଲକ୍ଷରୁ ଜଣକୁ ହୋଇଥାଏ l ଶିଶୁଟିର ହାତ ଦୁଇଟି ମାଛର ଡେଣା ପରି ରହିଥିବା ବେଳେ ପେଟରୁ ତଳ ଅଂଶ ମାଛଭଳି ରହିଥିଲା l

ଶିଶୁଟି ଜନ୍ମ ହେବାର ୨ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥିଲା l ଅଲ୍ଟ୍ରାସାଉଣ୍ଡ ସମୟରେ ମଧ୍ୟ ଏବିଷୟରେ କିଛି ଜଣା ପଡି ନଥିଲା l ଡାକ୍ତରମାନେ କହିଛନ୍ତି ଯେତେବେଳେ ପିତାମାତାଙ୍କ ମଧ୍ୟରେ ଯେକୌଣସି ଜଣଙ୍କ ମଧ୍ୟରେ ଜେନେଟିକ ଡିଜଅର୍ଡର ହୋଇଥାଏ କିମ୍ବା ପର୍ଯାବରଣ କାରଣରୁ ଜିନରେ କୌଣସି କମ ରହିଯାଇଥିଲେ ଏହିଭଳି ଶିଶୁ ଜନ୍ମ ନେଇଥାନ୍ତି l କାରଣ ସେମାନଙ୍କ ଶରୀରକୁ ଠିକରେ ରକ୍ତ ପ୍ରବାହ ହୋଇପାରେ ନାହିଁ l ହାଇଦ୍ରାବାଦରେ ଜନ୍ମ ନେଇଥିବା ଶିଶୁର ଦୁଇଟି ଯାକ ଗୋଡ଼ରେ ରହିଥିବା ହାଡ଼ ଯୋଡି ହୋଇଯାଇଥିଲା l ତାର ଲଙ୍ଗ ମଧ୍ୟ ନଥିଲା l ପେଟର ଅଧିକାଂଶ ଅଙ୍ଗ ମଧ୍ୟ ନଥିଲା ତେଣୁ ଡାକ୍ତରମାନେ ଏଭଳି ଶିଶୁ ଜୀବିତ ରହିବ ଅସମ୍ଭବ ବୋଲି ମତ ଦେଇଛନ୍ତି l

Comments are closed.