Odisha news

ବିଦୁରଙ୍କ ନୀତି : ଅନ୍ୟର ଭୁଲ ଖୋଜୁଥିବା ଓ ପର ଆଲୋଚନା କରୁଥିବା ବ୍ୟକ୍ତି ଏହିଭଳି କରିଥାଏ ନିଜର କ୍ଷତି

ମହାତ୍ମା ବିଦୁର ମହାଭାରତର ଗୋଟିଏ ମୁଖ୍ୟ ଚରିତ୍ର l ତାଙ୍କର ନୀତିବାଣୀ ମଣିଷ ସମାଜ ପାଇଁ ଗୋଟିଏ ବଡ଼ ଶିକ୍ଷା l ଆମେ ବିଦୁରଙ୍କ ନୀତିରେ ବିଭିନ୍ନ ପ୍ରକାରର ଶିକ୍ଷାକୁ ଆପଣାଇ ଆମର ଦୈନନ୍ଦିନ ଜୀବନକୁ ସରଳ ଓ ସୁନ୍ଦର କରିଥାଉ l ସ୍ୱୟଂ ଶ୍ରୀକୃଷ୍ଣ ମଧ୍ୟ ବିଦୁରଙ୍କୁ ଜଣେ ଜ୍ଞାନୀ ଭାବରେ ବିବେଚନା କରିଛନ୍ତି l ତାଙ୍କର ନୀତିକୁ ଆମେ ଯେତେ ଅଣଦେଖା କଲେ ମଧ୍ୟ ଆମେ ସେହି ନୀତି ମାଧ୍ୟମରେ ନିଜ ଜୀବନକୁ ବଂଚିବା ପାଇଁ ଶକ୍ତି ପାଇଥାଉ l

* ବିଦୁର କହିଛନ୍ତି ମଣିଷ ପ୍ରକୃତି ହେଲା ଅନ୍ୟର ଦୋଷକୁ ଖୋଜିବା ,କାରଣ ଏହି କାମକୁ କରିବା ପାଇଁ ମଣିଷ ଅଧିକ ଖୁସି ହୋଇଥାଏ l କିନ୍ତୁ ବିଦୁରଙ୍କ ନୀତିରେ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତି ଜୀବନରେ କେବେବି ଶାନ୍ତିରେ ରହି ପାରେ ନାହିଁ l କାରଣ ସେ ନିଜ ଚିନ୍ତା ଛାଡି ଅନ୍ୟର ଘର କଥାରେ ମୁଣ୍ଡ ପୁରାଉଥିବା ବ୍ୟକ୍ତି ନିଜ ଜୀବନର ସୁଖକୁ ଅନୁଭବ କରିପାରେ ନାହିଁ l

* ଆମକୁ ଜୀବନରେ ବିଭିନ୍ନ ସ୍ୱଭାବର ବ୍ୟକ୍ତି ମିଳିଥାନ୍ତି ,କିଛି ଏପରି ଲୋକ ମଧ୍ୟ ଥାନ୍ତି ଯେଉଁମାନେ କେବଳ ପର ଆଲୋଚନା କରିବାକୁ ଭଲ ପାଇଥାନ୍ତି l ସେମାନେ ସବୁବେଳେ ଭାବନ୍ତି ଯେ ଯଦି ଦୁନିଆରେ କିଏ ଭଲ ଲୋକ ଅଛି ତେବେ ସିଏ ସ୍ୱୟଂ l ସେମାନଙ୍କର ଏହି ଭୁଲ ଧାରଣା ଏଭଳି ଭାବରେ ବଢି ଯାଏ ଯେ ସିଏ କଣ ଠିକ ଓ କଣ ଭୁଲ ସ୍ଥିର କରିପାରନ୍ତି ନାହିଁ l

* ବିଦୁରଙ୍କ ନୀତିରେ ଯେଉଁ ବ୍ୟକ୍ତି ଅନ୍ୟର ଭୁଲକୁ ସବୁବେଳେ ଖୋଜି ବସେ ତା ନିଜ ଭିତରେ ଥିବା ଭଲ ଅଭ୍ୟାସ ମଧ୍ୟ ଦୂର ହୋଇଯାଏ l ଏହିଭଳି ମନୋଭାବର ବ୍ୟକ୍ତିଙ୍କ ମନରେ ଓ ଘରେ ନକାରାତ୍ମକ ସ୍ତିତି ଜାଗ୍ରତ ହୁଏ l ଘରେ ନକାରାତ୍ମକ ସ୍ଥିତି ପଡିବା ଦ୍ୱାରା ସମସ୍ତ ପ୍ରକାରର ଅସୁବିଧା ଦେଖା ଯାଇଥାଏ l

* ବିଦୁର କହିଛନ୍ତି ପର ଆଲୋଚନା କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଗୋଟିଏ ସର୍ପ ସଦୃଶ ,ଅର୍ଥାତ ଏହିଭଳି ବ୍ୟକ୍ତି କେବେ ଅନ୍ୟର ବିଶ୍ଵସ୍ଥ ହୋଇପାରନ୍ତି ନାହିଁ ତା ସହିତ ନିଜ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ କ୍ଷତିକାରକ l

 

 

 

 

0Shares
0