Odisha news

ବିଦୁରଙ୍କ ନୀତିରେ : ସନ୍ତାନକୁ ଯୋଗ୍ୟ କରିବା ପାଇଁ ଏହି ୫ଟି କଥାକୁ ଧ୍ୟାନଦେବା ଆବଶ୍ୟକ

0

ମହାତ୍ମା ବିଦୁରଙ୍କ ନୀତିଶାସ୍ତ୍ରର ମୁଖ୍ୟ ଉପଦେଷ୍ଟା ଭାବରେ ଗଣନା କରାଯାଏ l ତାଙ୍କର ନୀତିଶାସ୍ତ୍ର ଆମ ଜୀବନରେ ଅନେକ ମହତ୍ୱ ରଖିଥାଏ l ଯାହାଦ୍ୱାରା ଆମେ ଜୀବନର ସମସ୍ତ ସ୍ତରରେ ଠିକ ଭାବରେ ନିଜକୁ ପ୍ରତିପାଦିତ କରିଥାଉ l ଆଜିର ନୀତି ଶାସ୍ତ୍ରରେ ଗୋଟିଏ ସୁସନ୍ତlନକୁ କିପରି ମାତାପିତା ଗଢିବା ଆବଶ୍ୟକ ସେ ବିଷୟରେ କୁହାଯାଇଛି l କାରଣ ସନ୍ତାନ ହିଁ ମାତାପିତାଙ୍କ ନାମ ଉଜ୍ଜଳ କରିଥାଏ l

* ବିଦୁରଙ୍କ ନୀତିରେ ସନ୍ତାନକୁ ସଦାଚାରୀ କରିବା ଆବଶ୍ୟକ l ଏହି କାର୍ଯ୍ୟ ମାତାପିତାଙ୍କ ଦ୍ୱାରା ପୁର୍ଣ କରାଯାଇଥାଏ l କାରଣ ସନ୍ତାନର ପ୍ରଥମ ପାଠଶାଳା ଘର ହୋଇଥାଏ ,ସେଠାରେ ହିଁ ତାକୁ ଉପଯୁକ୍ତ ସଂସ୍କାର ଦିଆଯାଏ l

* ବିଦୁର କହିଛନ୍ତି ସବୁବେଳେ ନିଜ ସନ୍ତାନକୁ ମିଛ କହିବାରୁ ଦୁରେଇ ରଖିବା ଆବଶ୍ୟକ l ନିଜ ପିଲାକୁ ଏପରି ଅଭ୍ୟାସରୁ ଦୁରେଇ ରଖି ତାକୁ ଏପରି ଗଢିବା ଆବଶ୍ୟକ ଯାହା ଦ୍ୱାରା ସେ ନିଜକୁ ଠିକ ଭାବରେ ଗଢି ତୋଳିବ l

* ଜୀବନରେ ଯଦି ସଂକଳ୍ପ ରହିବା ଯେପରି ଆବଶ୍ୟକ ସେହିଭଳି ଅନୁଶାସନ ମଧ୍ୟ ରହିବା ଆବଶ୍ୟକ l ମଣିଷ ଯଦି ଜୀବନରେ ଅନୁଶାସନ ଶିଖେ ତେବେ ସଫଳ ହେବା କଷ୍ଟକର l

* ବିଦୁରଙ୍କ ନୀତିରେ ପିତାମାତା ନିଜ ସନ୍ତାନକୁ ସବୁବେଳେ ପରିଶ୍ରମ କରିବାକୁ ପ୍ରେରିତ କରିବା ଆବଶ୍ୟକ l ପରଶ୍ରମୀ ହେବାଦ୍ବାରା ଲକ୍ଷ ସ୍ଥଳରେ ମନୁଷ୍ୟ ସହଜରେ ପହଂଚି ପରେ l ସେଥିପାଇଁ ପିଲାମାନଙ୍କୁ ପରିଶ୍ରମୀର ମହତ୍ୱ ବିଷୟରେ କୁହନ୍ତୁ l

* ଶିକ୍ଷା ଅର୍ଥ ଜ୍ଞାନ ସମସ୍ତ ପ୍ରକାର ଅନ୍ଧକାରରୁ ଦୂର କରିଥାଏ l ସେଥିପାଇଁ ଭଲ ଶିକ୍ଷାପାଇଁ ପ୍ରେରିତ କରିବା ଆବଶ୍ୟକ l ସନ୍ତାନକୁ ଉଚ ଆଦର୍ଶ ଶିକ୍ଷା ବିଷୟରେ କହିବା ଆବଶ୍ୟକ l    

Leave A Reply