Odisha news

ବିଦୁରଙ୍କ ନୀତି ଅନୁସାରେ ଏହି ୪ ପ୍ରକାର ବ୍ୟକ୍ତିଙ୍କ ପାଖରୁ ପରାମର୍ଶ ନନେବା ଆବଶ୍ୟକ : ହେଉଥିବା କାମ ବିଗିଡି ଯାଇଥାଏ

0

ମହାତ୍ମା ବିଦୁରଙ୍କ ନାମ ମହାଭାରତ କାଳରେ ମୁଖ୍ୟ ପତ୍ର ମାନଙ୍କ ଗୋଟିଏ l ବିଦୁରଙ୍କ ଜଣେ ଧର୍ମାତ୍ମା ଅବତାର ଭାବରେ ମଧ୍ୟ ଗଣନା କରାଯାଏ l ମହାତ୍ମା ବିଦୁର ସବୁବେଳେ ନ୍ୟାୟ ଓ ନୀତିକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥାନ୍ତି l ସେ ତାଙ୍କ ନୀତିରେ ମନୁଷ୍ୟକୁ ଶାନ୍ତି ବୁଝାବଣାର ସହ ସମସ୍ତ କାର୍ଯ୍ୟ କରିବାକୁ କହିଥାନ୍ତି l ଆସନ୍ତୁ ଆଜି ଜାଣିବା କେଉଁ ଚାରି ପ୍ରକାର ବ୍ୟକ୍ତିଙ୍କ ପାଖରୁ ଜୀବନରେ କେବେବି ପରାମର୍ଶ ନନେବା ଆବଶ୍ୟକ l

* ବିଦୁରଙ୍କ ନୀତି ଅନୁସାରେ ବ୍ୟକ୍ତିକୁ କେବେବି ଅଳ୍ପ ବୁଦ୍ଧି ଥିବା ବ୍ୟକ୍ତି ମାନଙ୍କ ପାଖରୁ ପରାମର୍ଶ ନନେବା ଆବଶ୍ୟକ l ବିଦୁରଙ୍କର କହିବା କଥା ହେଲା ଏହି ପ୍ରକାର ବ୍ୟକ୍ତି ମାନେ କେବେବି ଜୀବନରେ ଭଲ ପରାମର୍ଶ ଦେଇ ନଥାନ୍ତି l ଏହି ପ୍ରକାରର ବ୍ୟକ୍ତି ମାନଙ୍କ ପାଖରୁ ଦୁରେଇ ରହିବ ବଶ୍ୟକ l

* ବିଦୁରଙ୍କ ନୀତି ଅନୁସାରେ ଦୀର୍ଘ ସମୟ ଧରି ଆଲୋଚନା କରୁଥିବା ବ୍ୟକ୍ତି ମାନଙ୍କ ପାଖରୁ କୌଣସି ପରାମର୍ଶ ନେବା ଆବଶ୍ୟକ ନୁହେଁ ,କାରଣ ଏପରି ବ୍ୟକ୍ତି ମାନେ ଯେକୌଣସି ପରାମର୍ଶ ଦେବା ପୂର୍ବରୁ ଅଧିକ ଆଲୋଚନା କରିଥାନ୍ତି ଯାହା ଦ୍ୱାରା ସମୟ ହାତରୁ ବାହାରି ଯାଇଥାଏ l ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ବୁଦ୍ଧିମତାର ସହ ବିଚାର କରି ଖୁବ କମ ସମୟରେ ଠିକ ଉପାୟ ବତାଏ ତା ପାଖରୁ ପରାମର୍ଶ ନିଅନ୍ତୁ l

* ବିଦୁରଙ୍କ ନୀତି ଅନୁସାରେ କୌଣସି କାମକୁ ତରବରିଆ ଭାବରେ କରୁଥିବା ବ୍ୟକ୍ତି ମାନଙ୍କ ପାଖରୁ ପରାମର୍ଶ ନନେବା ବଶ୍ୟକ l ବିଦୁର କହିଛନ୍ତି ତରବରିଆ ଭାବରେ କାମ କରୁଥିବା ବ୍ୟକ୍ତିର ଜୀବନରେ ଅଧିକ କ୍ଷତି ହୋଇଥାଏ l

* ବିଦୁରଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଅନ୍ୟର ଚାଟୁକାର କରେ ସେଭଳି ବ୍ୟକ୍ତି ପାଖରୁ କେବେବି ପରାମର୍ଶ ନନେବା ଆବଶ୍ୟକ l କାରଣ ଏହିଭଳି ବ୍ୟକ୍ତି ମାନେ ସବୁବେଳେ ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ କଥା କହିଥାନ୍ତି ଓ ଠିକ ପରାମର୍ଶ ଦେଇ ନଥାନ୍ତି l ଯାହାଦ୍ୱାରା ଆପଣଙ୍କର କ୍ଷତି ହୋଇଥାଏ l

Leave A Reply