Odisha news

୩୬୫ ରାଣୀଙ୍କର ଗୋଟିଏ ରାଜା : ଜଣେ ଏପରି ରାଜା ଯାହାଙ୍କ ମହଲ କୁ ସମସ୍ତେ ଯାଇ ଥାଆନ୍ତି ବସ୍ତ୍ର ହୀନ ହୋଇ

0

ଆଜି ର ଭାରତ ଲୋକତନ୍ତ୍ର ର ଦେଶ ଅଟେ l  ପୂର୍ବରୁ ଏହି ଭାରତରେ ମହାରାଜା ଙ୍କ ଶାସନ ଥିଲା l ଆଉ ପ୍ରତ୍ୟେକ ରାଜା କିଛି ନା କିଛି କାରଣରୁ ପ୍ରସିଦ୍ଧ ଲାଭ କରିଥିଲେ l ସେଥିମଧ୍ୟରୁ ଜଣେ ରାଜା ଥିଲେ ପଟିଆଲା ରାଜ ପରିବାରର ରାଜା ଭୂପିନ୍ଦର ସିଂହ l ଯାହାଙ୍କର ରଙ୍ଗୀନ ମିଜାଜ ସାରା ଦୁନିଆରେ ଚର୍ଚାର ବିଷୟ ହୋଇଥିଲା l ଭୂପିନ୍ଦର ସିଂ ଙ୍କ ଜନ୍ମ ୧୨ ଅକ୍ଟୋବର ୧୮୯୧ ରେ ହୋଇଥିଲା, ସେ ମାତ୍ର ୯ବର୍ଷ ବୟସରେ ରାଜା ହୋଇଥିଲେ l କିନ୍ତୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ l  ସେ ୩୮ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ l

ସେ ଖୁବ ଭୋଗବିଳାସି ରାଜା ଥିଲେ l ସେ ସର୍ବଦା ନିଜ ଜୀବନକୁ ରଙ୍ଗୀନ ମିଜାଜ ଭାବରେ ବିତାଉଥିଲେ l ରାଜା ଭୂପିନ୍ଦର ସିଂ ଙ୍କର ସମୁଦାୟ ୩୬୫ ଜଣ ରାଣୀ ଥିଲେ l  ସେ ନିଜର ଭୋଗ ବିଳାସ ପାଇଁ ପଟିଆଲା ରେ ‘ଲୀଳା ଭବନ’ ତିଆରି କରିଥିଲେ l ଯେଉଁଠାରେ ବିନା ବସ୍ତ୍ର ରେ କେବଳ ଲୋକଙ୍କୁ ଯିବାକୁ ଅନୁମତି ମିଳୁଥିଲା l ଏହି ମହଲ ରେ ଗୋଟିଏ ବିଶେଷ କୋଠରୀ ଥିଲା, ଯାହାକୁ ପ୍ରେମ ମନ୍ଦିର କୁହାଯାଉଥିଲା l ଏହି କୋଠରୀ ଟି ମହାରାଜ ଙ୍କ ପାଇଁ ସର୍ବଦା ରୀଜରବ ରହୁଥିଲା l ଏହି କୋଠରୀ କୁ ତାଙ୍କ ଛଡା ଆଉ କେହି ଯାଉ ନଥିଲେ l  ଏହି କୋଠରୀ ରେ ତାଙ୍କ ଭୋଗବିଳାସ ର ସମସ୍ତ ବ୍ୟବସ୍ଥା ରହୁଥିଲା l

ଏହି ରାଜପ୍ରାସାଦ ପରିସରରେ ଗୋଟିଏ ବଡ଼ ପୋଖରୀ ଥିଲା l ଉକ୍ତ ପୁଷ୍କରିଣୀ ରେ ଏକ ସଙ୍ଗରେ ୧୫୦ ଲୋକ ସ୍ନାନ କରି ପାରିବେ l ଐତିହାସିକ ମାନଙ୍କ ମତରେ ମହାରାଜ ଭୂପିନ୍ଦର ସିଂ ଙ୍କର ୩୬୫ ଜଣ ରାଣୀ ଙ୍କ ପାଇଁ ଭବ୍ୟ ମହଲ ତିଆରି ହୋଇଥିଲା l ଏହି ମହଲ ଗୁଡିକରେ ରାଣୀ ମାନଙ୍କ ସ୍ୱାସ୍ଥ୍ୟର ଚିକିତ୍ସା ପାଇଁ ଡାକ୍ତର ମଧ୍ୟ ନିଯୁକ୍ତି ଦିଆ ଯାଇଥିଲା l ରାଜାଙ୍କର ୧୦ ଟି ପତ୍ନୀଙ୍କ ର ୮୩ ଟି ସନ୍ତାନ ରହିଥିଲେ, ଯେଉଁଥିରୁ ମାତ୍ର ୫୩ ଜଣ ଜୀବିତ ଅଛନ୍ତି l

କୁହାଯାଏ ଯେ ମହାରାଜା ଙ୍କ ମହଲରେ ପ୍ରତିଦିନ ୩୬୫ ଟି ଲଣ୍ଠନ ପ୍ରତ୍ୟେକ ରାଣୀଙ୍କ ନାମ ଲେଖାଯାଇ ଜଳା ଯାଇଥାଏ l ଯେଉଁ ରାଣୀଙ୍କ ନାମ ଲେଖା ଯାଇଥିଲା ଲଣ୍ଠନ ପ୍ରଥମେ ଲିଭିଥାଏ ରାଜା ତା ସହିତ ରାତି ବିତାଇ ଥାଆନ୍ତି l ମହାରାଜା ଙ୍କ ରାଜକୋଷ ରେ ଏଭଳି ଗୋଟିଏ ବିଶେଷ ହାର ଥିଲା, ଯେଉଁ ଆଭୂଷଣ କୁ ତିଆରି କରିଥିବା ପ୍ରସିଦ୍ଧ କମ୍ପାନୀ କାରଟିଆର ତିଆରି କରିଥିଲେ l କୁହାଯାଏ ଯେ ୨୯୦୦ ରୁ ଅଧିକ ହୀରା ଖଚିତ ହୋଇ ରହିଥିଲା l ୧୯୪୮ ରେ ପଟିଆଲା ରାଜବଂଶ ରୁ ଏହି ହାର ଉଭେଇ ଯାଇଥିଲା l

ପ୍ରସିଦ୍ଧ ପଟିଆଲା ପେଗ ହେଉଛି ରାଜା ଭୂପିନ୍ଦର ସିଂ ଙ୍କ ଅବଦାନ l ତାଙ୍କ ନିକଟରେ ୪୪ ଟି ରୋଲସ ରୟାଲ କାର ରହିଥିଲା l ରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ରାଜା ଥିଲେ ଯାହାଙ୍କ ନିକଟରେ ନିଜସ୍ୱ ବିମାନ ଥିଲା l ଯାହାକୁ ସେ ୧୯୧୦ ରେ ବ୍ରିଟେନ ନିକଟରୁ କିଣିଥିଲେ l

Leave A Reply