Odisha news

ଭଂଜନଗରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭଂଜନଗର, ଶନିବାର: ସ୍ଥାନୀୟ  ପରିବହନ କାର୍ଯ୍ୟାଳୟ ତରଫରୁ ଆଜି ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ସଡ଼କ ସୁରକ୍ଷା ମାସ ପାଳନ ନିମିତ୍ତ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଉକ୍ତ ରାଲିକୁ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ। ଏଥିରେ ଭଂଜନଗର ଉପଜିଲ୍ଲାପାଳ ଅନିଲ ସେଠୀ, ନଗରପାଳ ଗୋପବନ୍ଧୁ ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଂଜନ ରାୟ , ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷ ସୀତାଂଶୁ ଶେଖର ଶତପଥୀ ଓ ଉପଖଣ୍ଡ ସୂଚନାଓ ଲେକସଂର୍ପକ ଅଧିକାରୀ ଗୈରୀଶଙ୍କର ଶତପଥୀ   ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିତ୍ଵ ଅତିଥି ଭାବେ ଯୋଗଦେଇଥିଲେ।
ଏଥିରେ ୟୁ ବି ହାଇସ୍କୁଲ୍, ଭଂଜନଗର ର ଏନ୍ ସି ସି ଆର୍ମୀ ଉଇଙ୍ଗ୍ ର ସେକେଣ୍ଡ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆର୍ମୀ ଉଇଙ୍ଗ୍, ନେଭି ଓ ଏୟାର ଉଇଙ୍ଗ୍ ର ଏନ୍ ସି ସି କ୍ୟାଡେଟ ଯୋଗଦେଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରାଲି ବାହାରି ହନୁମାନ ମନ୍ଦିର ଛକ , ଥାନା ସମ୍ମୁଖ ଦେଇ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ଅତିଥି ମଞ୍ଚାସୀନ ହୋଇ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବସ୍ ଟ୍ରକ୍ ଅଟୋ ଆସୋସିଏସନ୍ ର ସଦସ୍ୟ ଏବଂ ସମବେତ ଜନତାଙ୍କୁ ଉଦ୍ ବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ” ସଡ଼କ ସୁରକ୍ଷା ନିୟମ ମାନି ଚଳିଲେ, ଦୁର୍ଘଟଣାକୁ ଏଡାଯାଇପାରିବ ” ଏବଂ ଉପଜିଲ୍ଲାପାଳ ଶ୍ରୀ ସେଠୀ ” ହେଲ୍ ମେଟ୍ ର ବ୍ୟବହାର ଉପରେ ଗୁରୁତ୍ବ ”  ତଥା ଆର୍ ଟି ଓ ଶ୍ରୀ ରୟ” ସଡ଼କ ସୁରକ୍ଷା, ଜୀବନ ରକ୍ଷା ” ମତ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମରେ ବିପଦର ବନ୍ଧୁ, ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Nalco
Leave A Reply