ଭଂଜନଗର – ବାଲିଗୁଡା ରୁ ନୟାଗଡ଼ ଗଞ୍ଜେଇ ଚାଲାଣ ବେଳେ, ଭଂଜନଗର ଅବକାରୀ ବିଭାଗ ଓ ଭଞ୍ଜନଗର ପୁଲିସ ମିଳିତଭାବେ ଭଂଜନଗର ଶ୍ରୀରାମନଗର ନିକଟ ରାସ୍ତାରେ ଚଢ଼ାଉ । ଗୋଟିଏ ବୋଲେରୋ ସହ ୩୦ କିଲୋ ଗଞ୍ଜେଇ ଜବତ । ଏଥିରେ ସଂପୃକ୍ତ ୪ ଜଣ ଚାଲାଣ କାରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ସୂଚନା ପ୍ରକାରେ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ ଭଞ୍ଜନଗର ପୁଲିସ। ଏନେଇ ଭଂଜନଗର – ଫୁଲବାଣୀ ମୁଖ୍ୟ ରାସ୍ତାର ଭଂଜନଗର, ଶ୍ରୀରାମନଗର ନିକଟରେ ଅବକାରୀ ବିଭାଗ ଓ ପୁଲିସ କର୍ମଚାରୀ ମାନେ ଜଗି ରହିଥିଲେ । ପରେ ଗାଡିକୁ ଯାଞ୍ଚ କରିବା ପରେ, ସେଥିରୁ ୩୦ କିଲୋ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ବ୍ୟବହୃତ ବୋଲେରୋ, ଓଆର ୦୨ ଏକ୍ୟୁ ୩୦୩୧ ନମ୍ବର ଗାଡିକୁ ଜବତ କରିଥିଲେ । ଏହାସହ ଏଥିରେ ସଂପୃକ୍ତ କଳେବ ଦିଗାଲ, ରୋହନ ଦିଗାଲ, ଗଣେଶ ମଲ୍ଲିକ ଏବଂ ଦୀପକ୍ ଦିଗାଲ ଙ୍କୁ ଗିରଫ କରାଯାଇଥିଲା । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୯୩/୨୪-୨୫ ରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତକାରୀ ଅଧିକାରୀ ସବ-ଇନିସପେକ୍ଟର୍ ଅଲିଭା ମାଝୀ ଘଟଣା ର ତଦନ୍ତ ଚଳାଇଥିବା ବେଳେ ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ଅବକାରୀ ଥାନାଧିକାରୀ ଡମ୍ବରୁଧର ହରିଜନ, ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।