ରନ୍ଧାମଦ ଜବତ, ୮ ଗିରଫ ଅପରାଧ By Sakala Khabar On Aug 25, 2024 0 Share ଭଞ୍ଜନଗର—ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ରବିବାର ଅଞ୍ଚଳରେ ଥିବା କୁଲାଡ ,ବାରୁଡା,ମସାବାଡି,ଗୁଜୁରାଳି,ଗୁଡିପଲ୍ଲୀ,ବ୍ରହୁାଣପଦର ଓକପାକେନ୍ଦୁ ଏସବୁ ଗ୍ରାମରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ୪୮୦ଶହ ଲିଟର ରନ୍ଧମଦ ଜବତ କରାଯିବା ସହ ପ୍ରାୟ ୫୯୦୦ହଜାର ଲିଟର ପୋଚ ନ ନଷ୍ଟ କରାଯାଇଛି । ଏହି କାରବାରରେ ୮ଜଣଙ୍କୁ ଗିରଫ କରାଯାଇ ଯାଇଛି । ୮ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ ସୂଚନା ଦେଇଛନ୍ତି I ଜିଲାରେ ମଦମୃତ୍ଯୁ ଘଟଣା ପରେ ଭଞ୍ଜନଗର ଅବକାରୀ ବିଭାଗ ଏସବୁ ଗ୍ରାମରେ ଚଢ଼ାଉ କରିଥିଲେ ।ଏହି ଚଢାଉ ରେ ଅବକାରୀ ଉପ ନିରୀକ୍ଷକ ଅଜିତ୍ କୁମାର ନାୟକ,ଭଞ୍ଜନଗର ଅବକାରୀ ନିରୀକ୍ଷକ ଡମ୍ବୁରୁଧର ହରିଜନ,ଭଞ୍ଜନଗର ଅବକାରୀ ଉପନିରୀକ୍ଷକ ଅଲିଭା ମାଝି , ଏଏସଆଇ ଭୁବନୀ ବେହେରା, ସନାତନ ନାହାକ, କୃଷ୍ଣଚନ୍ଦ୍ର ସେଠୀ,ଜଗନ୍ନାଥ ମହାପାତ୍ର ଓ ସ୍ବାଧୀନ ସାହୁ ଓ ନିରଞ୍ଜନ ବେହେରା ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । 0 Share