ଭଞ୍ଜନଗର – ନିକଟସ୍ଥ କୁଲାଡ ଗ୍ରାମର ଅମର ନାୟକଙ୍କ ୩ବର୍ଷର ଝିଅ ତପସ୍ୱିନୀ ନାୟକ ନିଜ ଘରର ବାରିପଟେ ଖେଳୁଥିବାବେଳେ କୌଣସି ବିଷାକ୍ତ ଜନ୍ତୁ ତପସ୍ୱିନୀକୁ କାମୁଡି ଦେଇଥିଲେ । ଫଳରେ ସେ ଗୁରୁତର ଆହାତ ଅସୁସ୍ଥ ହୋଇପଡିଥିଲେ । ବାରିପଟେ ଝିଅର ଚିକ୍ରାର ଶୁଣି ପରିବାର ଲୋକମାନେ ତପସ୍ୱିନୀଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ମେଡକାଲକୁ ଆଣିଥିବାବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ତପସ୍ୱିନୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।