Odisha news

ହାତକୁ ବ୍ଲେଡରେ କାଟି ରାସ୍ତାରେ ଶୋଇଲା ନାବାଳିକା : ପୁଲିସ କଲା ଉଦ୍ଧାର

0

ଭଞ୍ଜନଗର – ବ୍ଲେଡରେ ନିଜ ହାତକୁ କାଟି ରାସ୍ତାରେ ଶୋଇଗଲା ଜଣେ ନାବାଳିକା । କିଏ କେତେ ପଚାରିଲେ ବି କିଛିବି ନକହି ସେମିତି ରାସ୍ତା ଉପରେ ପଡିରହିଥିଲା । ଶେଷରେ ପୁଲିସ ଆସି ସଂପୃକ୍ତ ନାବାଳିକାକୁ ରାସ୍ତା ଉପରୁ ଉଠାଇ ଥାନାକୁ ନେଇ ପଚରାଉଚୁରା କରିବାସହ ତାର ପରିବାର ଲୋକଙ୍କୁ ଡାକି ସଂପୂକ୍ତ ନାବାଳିକାକୁ ହସ୍ତାନ୍ତର କରିଥିଲା ।

ଫଳରେ ରାସ୍ତା ଉପରେ ଦୀର୍ଘ ୨ଘଣ୍ଟା ଧରି ଚାଲିଥିବା ଏକ ହାଇଡ୍ରାମାର ଶେଷରେ ଅନ୍ତ ଘଟିଛି । ମୋତେ ମୋ ବ୍ଲେଡ ଦିଅ, ମୁଁ ମୋ ହାତକୁ ଆହୁରି କାଟିବିବୋଲି ନାବାଳିକା ଜଣକ ପାଟିକରି ଚିକ୍ରାର କରୁଥିବାବେଳେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ହନୁମାନ ମନ୍ଦିର ଛକ ନିକଟରେ ରୁଣ୍ଡ ହୋଇ ଘଟଣା ସଂପର୍କରେ ଜାଣିବାକୁ ଉତ୍ସୁକତା ପ୍ରକାଶ କରୁଥିଲେ ।

ହେଲେ ସେଠାରେ ଉପସ୍ଥିତ ଥିବା କିଛି ମହିଳା ନାବାଳିକାକୁ ଏଭଳି କରିବାର କାରଣ ସଂପର୍କରେ ଜାଣିବାକୁ ଚାହିଁବାପରେ ନାବାଳିକା ଜଣକ ଅତି ସନ୍ତର୍ପଣରେ ସେ ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିଲେବୋଲି କହିଥିଲେ । ହେଲେ ସେହି ହୋଟେଲରେ କାମ କରୁଥିବା ଆଉ ଜଣେ ଯୁବକ ସହ ମିଶି ସେ ରାତିରେ ଭଞ୍ଜନଗର ଚାଲିଆସିଥିଲେ । ଭୋରରୁ ଉଭୟେ ଏଠାରେ ପହଞ୍ଚିବାପରେ ଯୁବକ ଜଣକ ତାକୁ ଛାଡିଦେଇ କେଉଁଆଡେ ଚାଲିଗଲା ।

ତେଣୁ ସେ ଅସହାୟ ଅନୁଭବ କରି ସଂପୃକ୍ତ ଯୁବକଙ୍କୁ ପାଇବା ଆଶାରେ ଏଭଳି ହାତ କାଟି ରାସ୍ତାକଡରେ ଶୋଇଯାଇଥିବା ନାବାଳିକା ଜଣକ କହିଥିଲେ । ଅନ୍ୟପକ୍ଷରେ ପୁଲିସ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିନେବାପରେ ସଂପୃକ୍ତ ନାବାଳିକାଙ୍କ ଘର ଚକାପାଦ ଅଂଚଳରେ ବୋଲି ଜାଣିବାକୁ ପାଇଥିଲେ । ପରେ ତାଠାରୁ ଘରର ଠିକଣା ଜାଣିବାପରେ ସଂପୃକ୍ତ ନାବାଳିକାଙ୍କ ପରିବାର ସହ ଯୋଗାଯୋଗ କରି ଶେଷରେ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।

Nalco
Leave A Reply