Odisha news

ଗାଙ୍ଗପୁର ପୁଲିସର ଜୁଆ ଆଡ୍ଡା ଚଢଉ, ୩୨,୯୭୦ ଟଙ୍କା ଜବତ, ୧୩ ଜୁଆଡି ଗିରଫ

0

ଭଞ୍ଜନଗର,୧୨/୮- ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର ଓ ନୂଆଁ ବୋରୀ ଗ୍ରାମର ୨ଟି ଜୁଆ ଆଡ୍ଡା ଉପରେ ଚଢଉ କରି ଗାଙ୍ଗପୁର ପୁଲିସ ୧୩ଜଣ ଜୁଆଡିଙ୍କୁ ଗିରଫ କରିବାସହ ୩୨,୯୭୦/-ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି । ଥାନା ଅଧିକାରୀ ଧୀରେଶ ଦାଶଙ୍କ ସୁଚନା ପ୍ରକାରେ ୧୧ ତାରିଖରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଧନପୁର କେନାଲ ହିଡରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୁଲିସରେ ସୁଚନା ମିଳିବାପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ଚଢଉ କରିଥିଲା ।

ଏଥିରେ ମୋଟ ୧୯,୮୦୦/-ଟଙ୍କା ଜବତ କରାଯାଇଥିଲା । ମୋଟ ୭ଜଣ ଜୁଆଡିଙ୍କୁ ଗିରଫ କରିଥିଲା ପୁଲିସ । ସେହିପରି ଏହି ଥାନା ଅନ୍ତର୍ଗତ ନୂଆଁ ବୋରୀ ଗ୍ରାମ୍ୟ ରାସ୍ତାରେ ଆଉ ଏକ ଜୁଆ ଆଡ୍ଡା ଚାଲିଥିବା ସୁଚନା ମିଳିବା ପରେ ପୁଲିସ ସେଠାରେ ମଧ୍ୟ ଚଢାଉ କରିଥିଲା । ଏଥିରେ ୬ଜଣ ଜୁଆଡିକୁ ଗିରଫ କରିଥିଲା ପୁଲିସ । ଏମାନଙ୍କ ନିକଟରୁ ମୋଟ ୧୩,୧୭୦/-ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଦାଶ ସୁଚନା ଦେଇଛନ୍ତି ।

Leave A Reply