Odisha news

ଭଞ୍ଜନଗର ବସ ଷ୍ଟାଣ୍ଡ ରୁ ଚୋରି ଘଟଣାରେ ଜଣେ ଗିରଫ

0
ଗଞ୍ଜାମ ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସ ଷ୍ଟାଣ୍ଡରେ ବସ କୁ ଅପେକ୍ଷା କରିଥିବା ଜଣେ ମହିଳା ଙ୍କ ଠାରୁ ଚୋରି କରିବା ଅଭିଯୋଗରେ ପୋଲିସ ଆନ୍ଧ୍ରପ୍ରଦେଶ ରାଜ୍ୟର ଶିକାକୁଲମ ଜିଲ୍ଲା ସୋମପେଟା ଥାନା ସାନକୁମୁଟି ସାହିର କେ କବିର ଦାସ (72) କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି, ସୂଚନା ଅନୁଯାଇ ବୁଗୁଡ଼ା ଥାନା ଘୋଳପୁର ଗ୍ରାମର ମହେଶ୍ୱର ସେଠୀଙ୍କ ପତ୍ନୀ ପ୍ରତିମା ସେଠୀ ନିଜ ପୁଅକୁ ସାଙ୍ଗରେ ନେଇ ବାନ୍ଧବହାଲରୁ ନିଜ ଗ୍ରାମକୁ ଫେରିବା ସମୟରେ ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ବସ କୁ ଅପେକ୍ଷା କରିଥିଲେ, ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ସୁନା ମୁଦି, କାନା ଫୁ୍ଲ, ରୂପା ପାଉଁଛି, ସହ ମୋବାଇଲ ଫୋନକୁ ଚୋରି କରି ନେଇ ଯାଇଥିଲେ, ଏନେଇ ପ୍ରତିମା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେଶ ନମ୍ବର 283ରେ ଏକ ମାମଲା ରୁଜୁ କରିବା ସହ ସ୍ଥାନୀୟ ଲୋକ ଏବଂ ସିସି କ୍ୟାମେରା ଫୁଟେଜ ଆଧାରରେ ଅଭିଯୁକ୍ତ କେ କବିର କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି, ଏଥିସହ ତା ନିକଟରୁ 1670 ଟଙ୍କା ଏବଂ ଗୋଟିଏ ସୁନା ମୁଦି ଏବଂ ମୋବାଇଲ ଫୋନ ଜବତ କରି ଆଜି ଚାଲାଣ କରିଥିବା ପ୍ରକାଶ କରିଛନ୍ତି
IEC 2 years
Leave A Reply