Odisha news

ଚଳନ୍ତା ବାଇକ୍ ଉପରକୁ ଡେଇଁଲା ମାଙ୍କଡ , ଦୁର୍ଘଟଣା ଘଟି ସ୍ବାମୀ – ସ୍ତ୍ରୀ ଆହତ ।

0

ଭଞ୍ଜନଗର – ସ୍ଥାନୀୟ ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମ ନିକଟରେ ଚଳନ୍ତା ବାଇକ୍ ଉପରକୁ ମାଙ୍କଡ ଡେଇଁ ପଡ଼ିବାରୁ , ବାଇକ୍ ଦୁର୍ଘଟଣା । ବାଇକ୍ ରେ ବସିଥିବା ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଣ୍ଡରିବାଡି ଗ୍ରାମର ସୁରେଷ ପ୍ରଧାନ ଓ ବାସନ୍ତି ପ୍ରଧାନ । ଘଟଣା ପ୍ରକାରେ , ସୁରେଷ ତାଙ୍କ ସ୍ତ୍ରୀ  ବାସନ୍ତି ଦୁହେଁ ମିଶି ,  ବାଇକ୍ ଯୋଗେ କୌଣସି କାମରେ ଭଞ୍ଜନଗର ଯାଇ ,  ନିଜ ଗାଁ ଗୁଣ୍ଡରିବାଡି କୁ ଫେରୁଥିଲେ । ଫେରିବା ରାସ୍ତାରେ , ବୁଦୁଲି ଗାଁ ନିକଟରେ ରାସ୍ତା କଡ଼ରୁ ଡିଆଁ ମାରିଥିଲା ଗୋଟିଏ ମାଙ୍କଡ । ଫଳରେ ବାଇକ୍ ରେ ଧକ୍କା ହେବାରୁ , ଉଭୟ ସ୍ବାମୀ ଓ ସ୍ତ୍ରୀ , ବାଇକ୍ ରୁ   ଛିଟିକି ପଡ଼ିଥିଲେ ।   ଫଳରେ ସ୍ତ୍ରୀ , ବାସନ୍ତି ଙ୍କ ମୁଣ୍ଡ ରେ ଆଘାତ ଲାଗିଥିବା ବେଳେ ,ସ୍ବାମୀ ସୁରେଶ ଙ୍କ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ ଉଧାର କରି , ୧୦୮ ଆମ୍ବୁଲାନ୍ସ ଯୋଗେ  ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Govt
Leave A Reply