ଭଣ୍ଡାରିପୋଖରୀ,୩ା୬ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରଜଣିତ ଗ୍ରାମର ୩ ଘରୁ ଗତ ଗୁରୁବାର ରାତ୍ରରେ ଚୋରମାନେ କଳାକନା ବୁଲଶଇଛନ୍ତି । ଗ୍ରାମର ଗଙ୍ଗାଧର ପଣ୍ଡାଙ୍କ ଘରଲୋକେ ରାତ୍ରରେ ଶୋଇଥିବା ବେଳେ ଚୋରମାନେ ମୁଖ୍ୟ ଦରଜାକୁ ବାହାର ପଟୁ ବନ୍ଦ କରି ଅନ୍ୟ ଦରଜା ତାଢି ଭିତରେ ପଶିଥିଲେ । ଘର ଭିତରେ ଥିବା ଆଲମିରାକୁ ଭାଙ୍ଗି ୩ଟି ସୁନାହାର, ଲକେଟ, କାନଫୁଲ, ଶାଙ୍ଖି ମଙ୍ଗଳସୂତ୍ର, ନଦଗ ୧୯ହଜାର ଟଙ୍କା ଚୋରି କରି ନେଇ ଯାଇଥିଲେ । ସକାଳୁ ଉଠି ଏସବୁ ଘଟଣା ଦେଖି ତାଜୁବ ହେବା ସହ ଥାନାରେ ପନôୀ ଗୌରୀ ପଣ୍ଡା ଅଭିଯୋଗ କରିଥିଲେ । ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି । ମାତ୍ର ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି ।
ଗତ ମାସ ପରିବାରର ନାବାଳିକା ଅପହରଣ ହେବା ଘଟଣା ପରେ ଏହି ଦ୍ୱିତୀୟ ଘଟଣା ଗରୁତର ଆଘାତ ପହଞ୍ଚାଇଛି । ସେହିପରି ଗ୍ରାମର ମଇନ ଦାସଙ୍କ ପନôୀ ମଲ୍ଲି ଗତ ରାତ୍ରରେ ଅନୁରୂପ ଭାବେ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମର ଅନ୍ୟ ଏକ ଘରୁ ଚୋରି ଉଦ୍ୟମ ହେଉଥିବା ବେଳେ ଲୋକେ ଉଠିପଡିବାରୁ ଚୋରମାନେ ପଳାଇଯାଇଥିଲେ । ପୁଲିସ ଘଟଣାକୁ ହାଲୁକା ଭାବେ ନେଇ ସମୁଦାୟ ଘଟଣାରେ ଗୋଟିଏ ମାମଲା ଋଜୁ କରିବାକୁ ମତ ଦେଇଥିବାରୁ ସଂପୃକ୍ତ ଗ୍ରାମବାସୀମାନେ ପୁଲିସ ଉପରେ ଖପ୍ପା ହୋଇପଡିଛନ୍ତି । ପୁଲିସ ପୂର୍ବ ଘଟଣାରେ ଅଭିଯୁକ୍ତଙ୍କୁ ଖୋଜିବାକୁ କହି ଦାଇତ୍ୱ ଖସାଇ ଦେଇଥିବା ବେଳେ ଚୋରି ଘଟଣାକୁ ଚାପି ଦେବାକୁ କଳାକୌଶଳ ପ୍ରୟୋଗ କରୁଥିବା ଅଭିଯୋଗ କରି ଗ୍ରାମବାସୀ ପୁଲିସକୁ କଡା ସମାଲୋଚନା କରିଛନ୍ତି । ଥାନାରୁ ନ୍ୟାୟ ମିଳିଲେ ଗ୍ରାମବାସୀମାନେ ନିଜଆଡୁ ଉଦ୍ୟମ କରିବେ ବୋଲି ପୁଲିସକୁ ଚେତାବନୀ ଦେଇଛନ୍ତି ।