Odisha news

ଆଇନ ସେବା ପ୍ରାଧିକରଣର ସଚେତନତା ଶିବିର

0

ଭଦ୍ରକ :ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭଦ୍ରକ ୱାନ୍ ଷ୍ଟପ୍ ସେଣ୍ଟର(ସଖି)କାର୍ଯ୍ୟାଳୟରେ ପିସି ଆଣ୍ଡ ପିଏନ୍ଡିଟି ଆକ୍ଟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶିଶିର କୁମାର ରଥ ଅଧ୍ୟକ୍ଷତା କରିଥିଲେ ।

ଆଇନ ସେବା ପ୍ରାଧିକରଣ ସଚିବ ସମାପିକା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଫେଲୋସିପ୍ର ନିଦେ୍ର୍ଦଶକ ଲଲାଟେନ୍ଦୁ ମହନ୍ତି ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ଏହି ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସଭାରେ ଏସ୍ଡିଜେଏମ୍ ଅଳକାନନ୍ଦା ମହାନ୍ତି, ସିଭିଲ ଜଜ୍ ଜୁନିଅର ଡିଭିଜନ ପ୍ରିୟ ରଂଜନ ଓଝା, ସମସ୍ତ ଏସଡିଜେଏମ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ, ସୁଦର୍ଶନ ବାରିକ, ଫେଲୋସିପ୍ର ସମ୍ପାଦକ ଏସ୍.ଏ୍ମ୍. ଫାରୁକ୍, ଜିଲ୍ଳା ଜୁଭେନାଇଲ ବୋର୍ଡ ଅଧ୍ୟକ୍ଷ ଶିବ ପ୍ରସାଦ ମହାନ୍ତି, ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ସୌଦାମିନୀ ଧଳ ପ୍ରମୁଖ ଯୋଗ ଦେଇ ଆଇନର ଆବଶ୍ୟକତା, ଉପକାରିତା ସମ୍ପର୍କରେ କହିଥିଲେ ।

ବିଶେଷ କରି ଭୃଣ ହତ୍ୟା ଏବଂ ଶିଶୁଟିଏ ମାତୃଗର୍ଭରେ ରହିବା ପରଠାରୁ ପ୍ରସବ ପର୍ଯ୍ୟନ୍ତ ଜଣେ ନାରୀର ଭୂମିକା ଏବଂ ନାରୀ ପ୍ରତି ପରିବାରର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । କନ୍ୟା ସନ୍ତାନକୁ ଉପେକ୍ଷା ଓ ଭୃଣହତ୍ୟା ଏକ ରୁଗ୍ଣ ମାନସିକତା ବୋଲି ମତ ପ୍ରକାଶ ପାଇଥିଲା । ଅନୁଷ୍ଠିତ ଶିବିରଟି ସଂପ୍ରତି କୋବିଡ଼ ୧୯ ନିୟମାନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ସମ୍ପନ୍ନ କରାଯାଇଥିଲା ।

ଏଥିରେ ବହୁ ଆଇନଜୀବୀ, ବୁଦ୍ଧିଜୀବୀ, ଯୋଗ ଦେଇଥିଲେ । ୱାନ୍ ଷ୍ଟପ୍ ସେଣ୍ଟରର ସମସ୍ତ କର୍ମଚାରୀ ଏହାକୁ ପରିଚାଳନା କରିଥିଲେ । ଏହା ପରେ ପ୍ରୋଜେକ୍ଟର ମାଧ୍ୟମରେ ଏକ ବୃତ୍ତଚିତ୍ର ପଦର୍ଶନ କରାଯାଇଥିଲା ।

Leave A Reply