Odisha news

ଝିଅମାନେ କୌଣସି ଗୁଣରେ ପୁଅଙ୍କ ଠାରୁ କମ୍ ନୁହନ୍ତି : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ

0

ଭଦ୍ରକ ତା୧୨ା୧୦ : ଅକ୍ଟୋବର ୧୧ ରେ ବିଶ୍ୱତମାମ୍ ପାଳନ କରାଯାଉଥିବା ଆନ୍ତର୍ଜାତିୟ ଶିଶୁ କନ୍ୟା ଦିବସକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଓ ସମଗ୍ର ଶିକ୍ଷା ଅଭିଯାନର ମିଳିତ ସହଯୋଗରେ ବି.ଏମ୍. ବାଗୁରାଇ ହାଇସ୍କୁଲରେ ଗତକାଲି ମଙ୍ଗଳବାର ପାଳନ କରାଯାଇଅଛି । ଏହି ଦିବସ ପାଳନ କାର୍ଯ୍ୟକ୍ରମକୁ ଦିବା ୧୦ ଘଟିକାରେ ଉଦ୍ଘାଟନ କରାଯାଇ ଏଥିରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରାଙ୍କନ, ପ୍ରବନ୍ଧ ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରାୟ ୧୦୦ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅପରାହ୍ନ ଅଧିବେଶନରେ ଏହି ଦିବସ ପାଳନର ଆଭିମୁଖ୍ୟ ନେଇ ସଚେତନତା ଓ କୃତୀ କନ୍ୟା ପ୍ରତିଭା ମାନଙ୍କୁ ପୁରସ୍କାର ପ୍ରଦାନ ଉଦେ୍ଦଶ୍ୟରେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ସମଗ୍ର ଶିକ୍ଷାର ଡି.ପି.ସି. ତଥା ବାଳିକା ଶିକ୍ଷା ସଂଯୋଜିକା ଇପ୍ସିତା ଜେନା, ଅତିରିକ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୁଷମା ମହାନ୍ତି , ବି.ଏମ୍. ବାଗୁରାଇ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁସାହିତି୍ୟକା ଗୀତାରାଣୀ ଆଇଚ ଏଥିରେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ·ରୁଲତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଝିଅ ଓ ପୁଅ ସନ୍ତାନ ଭିତରେ ଲିଙ୍ଗଗତ ଭେଦାଭେଦ ବି·ର ନେଇ କନ୍ୟା ସନ୍ତାନ ପ୍ରତି ଅବହେଳା, ଉପେକ୍ଷା, ନିର୍ଯ୍ୟାତନା ଆଗାମୀ ଦିନରେ ସମାଜ ପ୍ରତି କିପରି କୁଠାରଘାତ ହେବ ସେ ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ରଖିବା ସହ ବେଟି ବ·ଓ ବେଟି ପଢ଼ାଓ ଯୋଜନାରେ କନ୍ୟା ସୁରକ୍ଷା ଓ ସେମାନଙ୍କ ଅନ୍ତନିର୍ହିତ ପ୍ରତିଭାର ବିକାଶ ଦିଗରେ ଥିବା ପ୍ରୋସôାହନ ବ୍ୟବସ୍ଥା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ ।

ସେଠାରେ ଅନୁଷ୍ଠିତ ୩ଟି ପ୍ରତିଯୋଗିତାର ୯ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ତରୀୟ ବିଜ୍ଞାନମେଳାରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା କନ୍ୟା ପ୍ରତିଭା ଅର୍ପିତା ଖୁଣ୍ଟିଆଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିନରେ କାର୍ଯ୍ୟରତ ୯ଟି ଯାକ ଶିଶୁ ଯନô ଅନୁଷ୍ଠାନରେ ରହୁଥିବା ପିଲାମାନଙ୍କ ମଧ୍ୟରେ ଉକ୍ତ ୩ଟି ପ୍ରତିଯୋଗିତା କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭା କାର୍ଯ୍ୟକ୍ରମରେ କୁନି ଝିଅ ଶ୍ରେୟା ସୁରଭି ମହାନ୍ତି ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଇନ୍ରହ୍ୱିଲ୍ କ୍ଲବ୍ର କର୍ମକର୍ତ୍ତା ଓ ସଦସ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Nalco
Leave A Reply