ଭଦ୍ରକ, ତା୩ା୬ : ଅବସର ପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ସମାଜସେବୀ ସ୍ୱର୍ଗତ ଚକ୍ରଧର ଦାସ ଏବଂ ତାଙ୍କ ସହ ଧର୍ମିଣୀ ସ୍ୱର୍ଗତ ପାର୍ବତୀ ଦାସଙ୍କ ପ୍ରଥମ ବାର୍ଷିକ ସ୍ମୃତି ସମାରୋହ ଭଦ୍ରକ ବାଇପାସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସେମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହରେରେ ଭଦ୍ରକ ଜିଲ୍ଲାର ବହୁ ବିଶିଷ୍ଟ ରାଜନୈତିକ ନେତୃବୃନ୍ଦ, ପ୍ରଶାସନିକ ଅଧିକାରୀ, ସମାଜସେବୀ ମାନେ ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ତେବେ ସ୍ୱର୍ଗତ ଚକ୍ରଧର ଦାସ ଏକାଧାରରେ ଜଣେ ପ୍ରଶାସନିକ ଅଧିକାରୀ ଓ ଜଣେ ରାଜନୈତିକ ବ୍ୟକ୍ତି ଥିଲେ ଏବଂ ସେ ସମାଜର ତଳସ୍ତରରେ ଥିବା ବ୍ୟକ୍ତିଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିଲେ ବୋଲି ମହାନ୍ ବକ୍ତାମାନେ କହିଛନ୍ତି