ଭଦ୍ରକ,୨୯ା୫ : ଭାରତୀୟ ରେଳ ବିଭାଗ ଭଦ୍ରକବାସୀଙ୍କୁ କ୍ରମାଗତ ଭାବେ ଅବହେଳା କରି ଚାଲିଛି । କାରଣ ୧୯୭୭ ମସିହାରୁ ଭଦ୍ରକରୁ ଭୁବନେଶ୍ୱର ଯାଉଥିବା ଏକମାତ୍ର ଡିଏମୟୁ ଟ୍ରେନ ପରବର୍ତ୍ତୀ ଅବସ୍ଥାରେ ଭଦ୍ରକରୁ ପଲାସା ଭାୟା ଭୁବନେଶ୍ୱର ପର୍ଯ୍ୟନ୍ତ ଗତି କରୁଥିଲା । ଯାହା ଫଳରେ ଭଦ୍ରକ ଜିଲ୍ଲାବାସ, ଆନନ୍ଦପୁର, ହାଟଡିହୀବାସୀ ଏହି ଟ୍ରେନରେ ସୁବିଧାରେ ଯାତାୟାତ କରି ପାରୁଥିଲେ । କିନ୍ତୁ ଇତିମଧ୍ୟରେ ଭଦ୍ରକରୁ ଭୂବନେଶ୍ୱର ଯାଉଥିବା ମେମୁ ଟ୍ରେନ ଆଉ ଆଗପରି ଭଦ୍ରକରୁ ବାହାରୁ ନାହିଁ । କେନ୍ଦ୍ର ରେଳ ବିଭାଗର ସନ୍ତୁଷ୍ଟିକରଣ ନିତୀ ଓ ଭଦ୍ରକ ସାଂସଦଙ୍କ ନିରବତା ପାଇଁ ଏହା ଏବେ ବାଲେଶ୍ୱରକୁ ସଂପ୍ରସାରିତ ହୋଇ ସାରିଛି । ଯାହାକି ନିତିଦିନିଆ ଯାତ୍ରୀ ବିଶେଷ କରି ରୋଗୀମାନଙ୍କ ପାଇଁ ବହୁ ଅସୁବିଧା ଆଣି ଦେଇଛି । ଏହା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହିକ୍ରମରେ ଅବସରପ୍ରାପ୍ତ କର୍ମଚାରୀ ତଥା ଶିକ୍ଷାବିତ ଅମର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ସହସ୍ରାଧିକ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଡିଭିଜନାଲ ମ୍ୟାନେଜର ଓ ଭଦ୍ରକ ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରାଯାଇଛି । ଏହାର ନକଲ ଆଜି ଭଦ୍ରକ ସାଂସଦ ଓ ରେଳବାଇ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯିବ ।
ଶ୍ରୀ ପାଣିଗ୍ରାହୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ଭଦ୍ରକରୁ ଡିଏମୟୁ ଟ୍ରେନ ଚଳାଚଳ କରୁଥିଲା । ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, କର୍ମଜୀବୀ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏହି ଟ୍ରେନ ଉପରେ ନିର୍ଭର କରୁଥିଲେ । ଏହା ଭଦ୍ରକରୁ ୬.୧୫ରେ ବାହାରି ଭୁବନେଶ୍ୱରରେ ୯.୫୦ ସୁଦ୍ଧା ପହଞ୍ଚିଥାଏ । କିନ୍ତୁ ବାଲେଶ୍ୱରରୁ ଏକ ନୂତନ ମେମୁ ଟ୍ରେନ ନ ଚଳାଇ ଭଦ୍ରକରୁ ଯାଉଥିବା ମେମୁକୁ ସଂପ୍ରସାରିତ କରିବା ଘଟଣାକୁ ସେ ତୀବ୍ର ବିରୋଧ କରିଛନ୍ତି । ନିଃ ସନେ୍ଦହରେ ବାଲେଶ୍ୱରବାସୀଙ୍କ ପାଇଁ ଏହା ଥିଲା ଜରୁରୀ ଆବଶ୍ୟକତା ।
କିନ୍ତୁ ଏହାକୁ ସଂପ୍ରସାରିତ କରିବା ଫଳରେ ଚରମ୍ପା ପହଞ୍ଚିଲାବେଳକୁ କୌଣସି ସିଟ୍ ଖାଲି ରହୁନି । ଫଳରେ ଭଦ୍ରକ ଓ ପରବର୍ତ୍ତୀ ଷ୍ଟେସନରୁ ଉଠୁଥିବା ଯାତ୍ରୀମାନେ ଛିଡ଼ା ହୋଇ କିମ୍ବା ତଳେ ପେପର ବିଛାଇ ବସି ଯାଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବୟସ୍କ ଓ ରୋଗୀମାନେ ନାହିଁ ର୍ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଏ ପେପର ପକାଇ ତଳେ ବସୁଛି ତ ଆଉ କିଏ ଲାର୍ଟିନ ନିକଟରେ ଓ କିଏ ନିଜ ବ୍ୟାଗ ଉପରେ ବସି ଯାତ୍ରା କରୁଛି । ନତୁବା କେତେକ ଟ୍ରେନ ରେ ନଯାଇ ନିଜର ଜିନିଷପତ୍ର ବନ୍ଧା ପକାଇ ଭଡ଼ା କାରରେ ମେଡିକାଲ ଯିବାକୁ ବାଧ୍ୟ ହେଉଛନ୍ତି । ଯଦି ଭଦ୍ରକ ମେମୁକୁ ବାଲେଶ୍ୱର ମେମୁ କରାଗଲା, ତାହେଲେ ଭଦ୍ରକରୁ ପୂର୍ବପରି ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁ କିମ୍ବା ବାଲେଶ୍ୱରରୁ ଏକ ମେମୁ ଚଳାଯାଇ ପୂର୍ବପରି ଭଦ୍ରକ ମେମୁକୁ ମଧ୍ୟ ଚଳାଯିବାକୁ ଏପରିକି ଏହାକୁ ପୁରୀ ପର୍ଯ୍ୟନ୍ତ ଚଲାଯିବାକୁ ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି । ଭଦ୍ରକ ପରି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ପ୍ରତି ଏପରି ବିଭାଗୀୟ ଅବହେଳା ଉପରେ ଯଦି କୌଣସି ପଦକ୍ଷେପ ନିଆ ନଯାଏ, ଏକ ବଡ଼ ଧରଣର ଜନ ଆନେ୍ଦାଳନକୁ ସମ୍ମୁଖୀନ ହେବାକୁ ରେଳ ବିଭାଗ ପ୍ରସ୍ତୁତ ରହିବାକୁ ଶ୍ରୀ ପାଣିଗ୍ରାହୀଙ୍କ ସମେତ ନିତିଦିନିଆ ଯାତ୍ରୀ ଚେତାବନୀ ଦେଇଛନ୍ତି