Odisha news

ଭଦ୍ରକ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ

0
ଭଦ୍ରକ, ତା ୨୨.୦୩ : ଆନନ୍ଦପୁର ବୈତରଣୀ କେନାଲ ଡିଭିଜନର ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସିନୀଙ୍କ ଘର ସମେତ ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଛାପା ମାରିଛି । ଭଦ୍ରକ,ବାରିପଦା,ବାଲେଶ୍ବର ଓ କେନ୍ଦୁଝରର ଭିଜିଲାନ୍ସର ଟିମ ମିଳିତ  ଚଢାଉ କରୁଛନ୍ତି । ଭଦ୍ରକ ଅପର୍ତ୍ତିବିନ୍ଧା ସ୍ଥିତ ନିଜ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତନାଘନା ଚଳାଇଛି ।
ସେହିପରି  ଭୁବନେଶ୍ୱର ଫ୍ଲାଟରେ ୩୦୩ ଫ୍ଲାଟ, ଚନ୍ଦ୍ରଶେଖରପୁର, କେନ୍ଦୁଝରର ନିଜ ଅଫିସ କାର୍ଯ୍ୟାଳୟ , କେନ୍ଦୁଝରର ପୈତୃକ ଘର- ବେକ୍ତିରା ଓ ନନ୍ଦୀପଦା , କେନ୍ଦୁଝର ଶୁଡୁଶୁଡିଆ,ଆନନ୍ଦପୁରର, କେନ୍ଦୁଝର ଅଞ୍ଚଳର କିଣିଥିବା ଜାଗା.ଭୁବନେଶ୍ୱର, ବାଲିଅନ୍ତା ଥାନାରେ ଥିବା ପାଚେରୀ ହୋଇଥିବା ପ୍ଲଟ , ଶ୍ଵଶୁର ଘର – ମଠସାହି, କୁଆଖିଆ,ଯାଜପୁର . କେନ୍ଦୁଝର ସରକାରୀ କ୍ବାଟରରେ ଆଦିରେ ଚଢ଼ାଉ ହେଉଛି । ରିପୋର୍ଟ ଲେଖା ହେବା ବେଳକୁ ସଠିକ ତଥ୍ୟ ଭିଜିଲାନ୍ସ ବିଭାଗ ଦେଇପାରିନାହିଁ ।
Leave A Reply