Odisha news

ଅତ୍ୟାଧୁନିକ ଶ୍ରବଣ ଓ ବାକ୍‍ଶକ୍ତି ପରୀକ୍ଷା କେନ୍ଦ୍ର ଶୁଭ ଉଦ୍‍ଘାଟିତ

0

ଭଦ୍ରକ :ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର(ସି.ଆର୍‍.ଏସ୍‍.ଆର୍‍) ପରିସରରେ ଅତ୍ୟାଧୁନିକ ଶ୍ରବଣ ଓ ବାକ୍‍ଶକ୍ତି ପରୀକ୍ଷା କେନ୍ଦ୍ର ଶୁିଭ ଉଦ୍‍ଘାଟିତ ହୋଇଯାଇଛି । ଏହି ଉସିବରେ ଭଦ୍ରକର ମାନ୍ୟବର ବିଧାୟକ ସଂଜୀବ୍‍ ମଲ୍ଲିକ୍‍ ଯୋଗଦାନ କରି ଅତ୍ୟାଧୁନିକ ଶ୍ରବଣ ଓ ବାକ୍‍ଶକ୍ତି ପରୀକ୍ଷା କେନ୍ଦ୍ର ଶୁିଭ ଉଦ୍‍ଘାଟନ କରିଥିଲେ । ସି.ଆର.ଏସ.ଆର. ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଭଗବାନ ପରିଡ଼ାଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା କେନ୍ଦ୍ର ଦ୍ୱାରା ଭଦ୍ରକ ଜିଲ୍ଲାର ସମସ୍ତ ଶ୍ରବଣ ଓ ବାକ୍‍ଶକ୍ତି ବାଧିତ ଭିନ୍ନକ୍ଷମମାନେ ନିଜର ପରୀକ୍ଷା କରାଇବାରେ ସଫଳ ହୋଇପାରିବେ ।

ଏହି ଶୁଭ ଅବସରରେ ତଥା ଗାନ୍ଧିିଜୟନ୍ତୀ ଓ ଶାସ୍ତ୍ରୀଜୟନ୍ତୀ ଉପଲକ୍ଷେ ୧୩ ଜଣ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ପ୍ରକାର ଉପକରଣ ଯଥା-ଟ୍ରାଇସାଇକେଲ-୦୪, ଶ୍ରବଣଯନ୍ତ୍ର-୦୬, କୃତ୍ରିମ ଅଙ୍ଗ-୦୪, କାଲିପର-୦୨, ଆଶାବାଡ଼ି-୬, ଇତ୍ୟାଦି ବଣନ କରାଯିବା ସହିତ ସି.ଆର୍‍.ଏସ୍‍.ଆର୍‍ ଅନ୍ତେବାସୀ ଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ମାନ୍ୟବର ବିଧାୟକ କେକ୍‍, ବିସ୍କୁଟ ଓ ଚକୋଲେଟ ବଣନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସି.ଆର୍‍.ଏସ୍‍.ଆର୍‍. କମଳାକାନ୍ତ ବାରିକ, ଉମେଶ ଚନ୍ଦ୍ର ପାତ୍ର, ଚାନ୍ଦିନ ବେଗମ୍‍, ରୁପାଲି ସେନ୍‍, ରଶ୍ମିରଂଜନ ଦାଶ, ଅମିତା ପାତ୍ର, ଗୋପାଳଚନ୍ଦ୍ର ନାୟକ, ପ୍ରମୋଦ ନାୟକ, ରତିକାନ୍ତ ନାୟକ, ଶେଖାବତ୍‍ ଅଲ୍ଲୀ ଓ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ ।

Nalco
Leave A Reply