Odisha news

ଭଦ୍ରକ ବ୍ଲକ ବିଷ୍ଣୁପୁରବିନ୍ଧା ପଞ୍ଚାୟତ ବିଷ୍ଣୁପୁରବିନ୍ଧା ମୁସଲିମ ବସ୍ତିରେ ରହୁଥିବା ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସହାୟତାର ହାତ ବଢାଇଥିଲେ ସାମାଜିକ ଓ ମାନବାଧିକାର କମୀ

0

ଭଦ୍ରକ :ଭଦ୍ରକ ବ୍ଲକ ବିଷ୍ଣୁପୁରବିନ୍ଧା ପଞ୍ଚାୟତ ବିଷ୍ଣୁପୁରବିନ୍ଧା ମୁସଲିମ ବସ୍ତିରେ ରହୁଥିବା ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସହାୟତାର ହାତ ବଢାଇଥିଲେ ସାମାଜିକ ଓ ମାନବାଧିକାର କମୀ ତଥା ସୁପ୍ରିମକୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ । ସାରା ବିଶ୍ୱ ଯେତେବେଳେ କରୋନା ମହାମାରୀକୁ ନେଇ ଆତଙ୍କିତ, ଜୀବନ-ଜୀବିକା କୁ ଅସ୍ତବ୍ୟସ୍ତ ସେଇ ସମୟରେ ସରକାରୀ ଅବହେଳାର ଶିକାର ହୋଇଥିବା ଏହି ଭିନ୍ନକ୍ଷମଙ୍କୁ ସହାୟତାର ହାତ ବଢାଇଛନ୍ତି ଶ୍ରୀ ତ୍ରିପାଠୀ ।

ପ୍ରାୟ ୩୦ପରିବାର ଏହି ଅବହେଳିତ ବ୍ୟକ୍ତିଙ୍କୁ ମାସକର ରାସନ ସାମଗ୍ରୀ ଯୋଗାଇ ଦେବା ସହ ସେମାନଙ୍କର ମୌଳିକ ଅସୁବିଧା ଗୁଡିକ ସମ୍ପର୍କରେ ଅବଗତ ହୋଇଥିଲେ । ଲିଖିତଭାବେ ସେହି ସମସ୍ୟା ଗୁଡିକୁ ଗ୍ରହଣ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେସବୁର ସମାଧାନ କରିବା ଦିଗରେ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯଦି ଏହି ସମସ୍ୟାର ସାମଧାନ ନହୁଏ ତେବେ ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ତାହା ଉପସ୍ଥାପନ କରିବେ ବୋଲି କହିଥିଲେ । ଉକ୍ତ ମହାନ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଜଗନ୍ନାଥ କର ଓ ହାକିମୁଦ୍ଦିନ ପ୍ରମୁଖ ସହଯୋଗ କରିଥିଲେ

Leave A Reply