Odisha news

ଦିନକ ପରେ ପୂଜା ପାଇବେ ଅଗ୍ରପୂଜ୍ୟ ଗଣପତି : ବଜାରରେ ଉଦ୍ଦିପନା ନାହିଁ, କ୍ଲବ ଓ ସର୍ବସାଧାରଣରେ ପୂଜା ବନ୍ଦ ହେତୁ ନିରାଶ ହୋଇଛନ୍ତି ଯୁବ ଗୋଷ୍ଠୀ

0

ବେତନଟୀ : ଦିନକ ପରେ ଅଗ୍ରପୂଜ୍ୟ ବାବା ଗଣପତିଙ୍କ ପୂଜା । ଓଡିଆ ପାଞ୍ଜି ମୁତାବକ ଭ୍ରାଦବ ମାସରେ ଗଣେଷଙ୍କର ପ୍ରଥମ ପୂଜା ଆରମ୍ଭ କରା ଯାଇ ଥାଏ । ବାବା ଗଣପତିଙ୍କୁ ବିଘ୍ନେଶ୍ୱର ବୋଲି କୁହା ଯାଉ ଥିବାରୁ ତାଙ୍କର ପୂଜା ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କ୍ଲବ ଓ ଯୁବ ଅନୁଷ୍ଠାନ କରି ଥାଆନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସରକାରୀ ପ୍ରତିବନ୍ଧକ ଲାଗୁ ହୋଇଛି । ତେଣୁ ସ୍କୁଲ ଓ କଲେଜରେ ପୂଜା ଔପଚାରିକ ଓ ବିନା ଛାତ୍ରଛାତ୍ରୀରେ ହେବ । ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜକୁ ଆସି ବହି ଓ କଲମକୁ ଖବର କାଗଜରେ ବାନ୍ଧି ଗଣେଷଙ୍କ ପାଦ ତଳେ ରଖି ଆର୍ଶିବାଦ ଭିକ୍ଷା କରିବା ସହିତ ନଡିଆ ଫଟେଇ ଆଗକୁ କିପରି କୃତକାର୍ଯ୍ୟ ହେବେ ସେ ନେଇ ବାବା ଗଣେଶଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଏଥିରୁ ଛାତ୍ରଛାତ୍ରୀ ମାନେ ନିରାଶ ହୋଇଛନ୍ତି । ଗଣେଶ ପୂଜାକୁ ବିଭିନ୍ନ କ୍ଲବ ଓ ଯୁବ ଅନୁଷ୍ଠାନ ଛକ ଛକରେ ଆୟୋଜନ କରି ଥାଆନ୍ତି ।

ଏଥିରେ ଆକର୍ଷଣୀୟ ଲାଇଟ, ସାଜସଜ୍ଜା ସବୁ ହୋଇ ଥାଏ । ପ୍ରତିଯୋଗୀତା ମୂଳକ ଭାବେ ଗଣେଶ ପ୍ରତିମାର ଉଚ୍ଚତା, ଠାଣି, ସାଜସଜ୍ଜା ସବୁ କାରିଗର ମାନେ କରନ୍ତି । ଏଥିରୁ କିଛି ସୁଲଭ ପାରିଶ୍ରମିକ ମଧ୍ୟ ପାଆନ୍ତି । ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ ମଧ୍ୟ ବାବା ଗଣପତିଙ୍କର ପୂଜା ମହା ଧୁମଧାମରେ ହୋଇ ଥାଏ । ଏଥିରେ ଉକ୍ତ ଅନୁଷ୍ଠାନର କର୍ମଚାରୀ ମାନଙ୍କୁ ଛୁଟି ଦିଆ ଯାଇ ଥାଏ ଓ ସମସ୍ତେ ପୂଜାରେ ମଉଜ ମଜଲିସ କରି ଥାଆନ୍ତି । ତେବେ ଗଣେଶଙ୍କ ପୂଜା ଆଳରେ ମୂର୍ତ୍ତି କଳାକାର ମାନେ କିଛି ପଇସା ପାଆନ୍ତି । ଭଲ ଢ଼ାଞ୍ଚା ଓ କାରୁକାର୍ଯ୍ୟମୟ ମୂର୍ତ୍ତି ଗଢ଼ିଲେ ତାକୁ କିଣିବା ପାଇଁ ଭିଡ ଜମେ ଓ କଳାକାର ମାନେ ପ୍ରତିଯୋଗିତା ମୂଳକ ଦରରେ ବିକି୍ର କରି ଦିପଇସା ପାଆନ୍ତି ।

ସେହିପରି ଫଳ ବ୍ୟବସାୟୀ କିଛି ନହେଲେ ପ୍ରତ୍ୟେକ ସ୍କୁଲ କଲେଜ ପିଲାଙ୍କ ପାଇଁ ଗୋଟିଏ ହିସାବରେ ନଡିଆ ବିକ୍ରି କରି ଥାଆନ୍ତି । ଏହା ଛଡା ଅନ୍ୟାନ ଫଳମୂଳ ମଧ୍ୟ ପୂଜା ସଜରେ ଯାଇ ଥାଏ । ପୂଜା ସଜ ଦୋକାନରେ ପ୍ରତ୍ୟେକ ମଣ୍ଡପ ପାଇଁ ଅଲଗା ଚିଠା ହୋଇ ପୂଜା ସାମଗ୍ରୀ, ରଙ୍ଗୀନ କାଗଜ, ଖଲି, ଦୋନା, ଆଟିକା ପାଖରୁ ସବୁ କିଛି ଯାଏ । ଯେଉଁଥିରୁ ସେମାନେ ଦୁଇ ପଇସା ପାଉ ଥିଲେ । ସେହିପରି ବିଭିନ୍ନ ଯୁବ ଅନୁଷ୍ଠାନ, ସ୍କୁଲ, କଲେଜରେ ସାଜସଜ୍ଜା ପାଇଁ ଟେଣ୍ଟ ବାଲା, ଲାଇଟ ବାଲା ସମସ୍ତେ ଲାଗନ୍ତି । ଏଥିରୁ ସେମାନଙ୍କର ମଧ୍ୟ ଦୁଇ ପଇସା ଲାଭ ମିଳେ । ମିସ୍ତ୍ରୀ ଓ ହେଲପର ମାନେ ମଧ୍ୟ ହେଉ ଥିବା ସାଜସଜ୍ଜା ମୁତାବକ ସେମାନଙ୍କର ପାରିଶ୍ରମିକ ପାଆନ୍ତି । କିନ୍ତୁ କରୋନା ପ୍ରତିବନ୍ଧକ ସମସ୍ତଙ୍କ ରୋଜଗାର ଉପରେ ପ୍ରଭାବ ପକାଇଛି । ସମସ୍ତେ ହତୋସôାହିତ ହୋଇ ପଡିଛନ୍ତି । ପ୍ରତିବନ୍ଧକ ଯୋଗୁଁ ଅର୍ଥନୀତି ବ୍ୟାପକ ଭାବରେ ପ୍ରଭାବିତ ହୋଇଛି

Leave A Reply