ବେତନଟୀ : ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ସ୍ଥିତ ରଘୁନାଥପୁର ଛକ ନିକଟରେ ଏକ ଧଳା ରଙ୍ଗର କାର ମଧ୍ୟରୁ ୩୬ କେଜି ଗଞ୍ଜେଇ ଜବତ କରିବା ସହ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ବୈଶିଙ୍ଗା ପୁଲିସ। ଘଟଣା ସ୍ଥଳରୁ କାର ଡ୍ରାଇଭର ଫେରାର | ମିଳିଥିବା ସୂଚନା ମୁତାବକ ଓଡି-୦୨ଜି-୧୧୧୯ ନମ୍ବର ବିଶିଷ୍ଟ ଏକ କାର ଯୋଗେ ଗଞ୍ଜେଇ ଆସୁଥିବା ନେଇ ବୈଶିଙ୍ଗା ପୁଲିସ ବିଶ୍ଵସ୍ଥ ସୁତ୍ରରୁ ଖବର ପାଇ ଦୁଇ ଜଣ ପୁଲିସ ଅଧିକାରୀ ଦେବାଶିଷ ମଣ୍ଡଳ ଓ ବୋଇତ ବେହେରାଙ୍କୁ ପଦ୍ମନାଭପୁର ଟୋଲ ପ୍ଲାଜା ନିକଟରେ ମୁତୟନ କରିଥିଲେ ବୈଶିଙ୍ଗା ଥାନାଧିକାରୀ ତପନ କୁମାର ପ୍ରଧାନ । ଉକ୍ତ ଧଳା ରଙ୍ଗର କାର ଚାଳକ ବାଲେଶ୍ଵର ରୁ ବାରିପଦା ଆସୁଥିବା ବେଳେ ଟୋଲ ପ୍ଲାଜା ନିକଟରେ ପୁଲିସ କର୍ମଚାରୀଙ୍କୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଦିଗ ପରିବର୍ତ୍ତନ କରି ଅପରପକ୍ଷ ରାସ୍ତା ଦେଇ ପୁଣି ବାଲେଶ୍ଵର ଆଡକୁ ପଳାଇ ଯିବା ପାଇଁ ଚେଷ୍ଟା କରିଥିଲା । ମାତ୍ର ରଘୁନାଥପୁର ଛକ ନିକଟରେ କାରର ଦୁଇଟି ଚକ ପଙ୍କଚର ହୋଇଯିବା ଯୋଗୁଁ ଅନ୍ୟ ଉପାୟ ନ ପାଇ କାର ଛାଡି ନିକଟସ୍ଥ ଜଙ୍ଗଲ ନିକଟକୁ ପଳାଇଥିଲା l ପୁଲିସ ସେହି କାରକୁ ପିଛା କରି ଚାଳକକୁ ନ ପାଇ ବନ୍ଦ କାରକୁ ଜବତ କରିଥିଲା । ବେତନଟୀ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ କାର ଭିତରୁ ୧୯ କେଜି ଏବଂ ୧୭ କେଜି ର ଦୁଇଟି ବୁରା ଭର୍ତ୍ତି ଗଞ୍ଜେଇ ଜବତ କରିବା ସହ କାରଟିକୁ ଥାନାକୁ ନେଇ ଆସିଥିଲା ବୈଶିଙ୍ଗା ପୁଲିସ । ଏନେଇ ୩୨୮/୨୪ ରେ ଏକ ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଚଳାଇଥିବା ବେଳେ ଉକ୍ତ କାର ର ମାଲିକ ନୟାଗଡ ଅଞ୍ଚଳର ନିରଞ୍ଜନ ରାଉତଙ୍କ ନାମରେ ଥିବା ଜଣାଯାଇଛି l