ବହୁଭାଷୀ ଶିକ୍ଷଣ ପ୍ରକିୟା ରେ ଭୂମିଜ ସମାଜ କୁ ଅବହେଳା ପ୍ରତିବାଦରେ ମୟୂରଭଞ୍ଜ ସାଂସଦ ଙ୍କୁ ଭୂମିଜ ସମାଜ ତରଫରୁ ଦାଵି ପତ୍ର ପ୍ରଦାନ
ବେତନଟୀ : ବହୁଭାଷୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରେ ଭୂମିଜ ଭାଷା କୁ ଉପେକ୍ଷା କରିବା ପ୍ରତିବାଦ ରେ ରବିବାର ମଧ୍ୟାହ୍ନ ସମୟରେ ଭୂମିଜ ସମାଜ ତରଫରୁ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନଵ ଚରଣ ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପକାଶ ଥାଉକି ଭୂମିଜ ଏକ ସ୍ୱତନ୍ତ୍ର ଜନଜାତି ହୋଇଥିବା ବେଳେ ଏହାର ନିଜସ୍ଵ ଲିପି ଅଲ ଅନଲ ଅଟେ। ଏହା ସହ ଭୂମିଜ ଭାଷା ର ନିଜସ୍ଵ ଡିକସନାରୀ ଏବଂ ଭୂମିଦ ଭାଷାର ୟୁନିକୋଡ଼ ମଧ୍ୟ ଉପଲବ୍ଧ ଅଛି। ତଥାପି ନିକଟ ଅତୀତରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶିତ ହେଇ ୨୧ଟି ଜନଜାତି ରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। କିନ୍ତୁ ଭୂମିଜ ଭାଷାକୁ କୁ ଜାଣି ଶୁଣି ଅବହେଳିତ କରା ଯାଇଛି। ଏଥି ନିମନ୍ତେ ସମଗ୍ର ଭୂମିଜ ସମାଜରେ ଅସନ୍ତୋଷ ଦେଖାଦେଇଛି।ବିଗତ ଦିନ ରେ ଭୂମିଜ ଭାଷା ରେ ପ୍ରାଥମିକ ଶିକ୍ଷା ଗ୍ରହଣ ପାଇଁ,ଭୂମିଜ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନେକେ ଥର ବିକ୍ଷୋଭ,ଧାରଣା ,ଆନ୍ଦୋଳନ କରାଯାଇଥିଲା। ସରକାରୀ ଅଧିକାରୀ ମଧ୍ୟ ଆଶ୍ୱାସନା ଦେଇଥିଲେ କିନ୍ତୁ କିଛି ଫଳପ୍ରଦ ହେଲା ନାହିଁ। ଏଥର ମଧ୍ୟ ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ବିଜ୍ଞାପନ ରେ ଭୂମିଜ ଭାଷା କୁ ସ୍ଥାନ ମିଳି ପାରିନାହିଁ। ଏ ଅବହେଳା ର ପ୍ରତିବାଦରେ ଆଗାମୀ ଦିନ ରେ ଭୂମିଜ ସମାଜ ରାଜ ରାସ୍ତା କୁ ଓହ୍ଲେଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ଚେତାବନୀ ଦେଇଛନ୍ତି ।ଭୂମିଜ ସମାଜ ତରଫରୁ ଭାରତୀୟ ଆଦିବାସୀ ଭୂମିଜ ସମାଜ ର ସଭାପତି ଶ୍ରୀ ଗହ୍ମା ସିଂ, ଜିଲ୍ଲା ସଭାପତି ଶ୍ରୀ ରାଜକୁମାର ସିଂ, ଭାରତୀୟ ଆଦିବାସୀ ଭୂମିଜ ସମାଜ ର କେନ୍ଦ୍ରୀୟ କମିଟି ର ସଦସ୍ୟା ଗୀତାମଣି ସିଂ,ଓଡିଶା କମିଟି ସଦସ୍ୟା ଦେବକୀ ସିଂ, ଅଭିମନ୍ୟୁ ସି ସର୍ଦାର,ରଞ୍ଜନ କୁମାର ସିଂ,ଖଗେଶ୍ବର ସିଂ, ମହେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ।ତତ୍ ସହିତ କରଞ୍ଜିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ହାଇବୁରୁ ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଜଲେନ ନାୟକ ଙ୍କୁ ମଧ୍ୟ ଭୂମିଜ ସମାଜ ର ପ୍ରତିନିଧି ଭେଟି ସରକାର ଙ୍କର ଅବହେଳା ସମ୍ପର୍କ ରେ ଅବଗତ କରାଇ, ଲିଖିତ ଆକାରରେ ଅଭିଯୋଗ କରିଥିଲେ ।