ବେତନଟୀ : ବେତନଟୀ ବ୍ଲକ ର ଛଚିନାପଦା ସ୍ଥିତ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟରେ ବେତନଟୀ ବ୍ଲକସ୍ତରୀୟ ଓଷ୍ଟା ସଂଘର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଓଷ୍ଟା ସଂଘ ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପଳତାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୟାନିଧି ମହାନ୍ତ, ସଂପାଦକ କିଶୋର କୁମାର ଆଚାର୍ଯ୍ୟ,ଯୁଗ୍ମ ସଂପାଦକ ପ୍ରଭାସ କୁମାର ନାୟକ, ବିକାଶ କୁମାର ପଣ୍ଡା, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ଵଜିତ ବିଶ୍ଵାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଦେବରାଜ ନାୟକ, କେଦାରନାଥ ଧଳ ପ୍ରଭୃତି ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ। ସର୍ବସମ୍ମତିକ୍ରମେ ଆସନ୍ତା ତିନି ବର୍ଷ ପାଇଁ ବେତନଟୀ ବ୍ଲକ ଓଷ୍ଟା ସଂଘ ର ନୂତନ କମିଟି ଗଠନ ହୋଇଥିଲା।ଏଥିରେ ସଭାପତି ଭାବେ ଶିଶିର କୁମାର ନାୟକ,ଉପ ସଭାପତି ପ୍ରକାଶ କେଶରୀ ପ୍ରଧାନ,ବିନତୀ ନାୟକ, ସଂପାଦକ ସୁର୍ଯ୍ୟାନନ୍ଦ ନାୟକ,ଯୁଗ୍ମ ସଂପାଦକ ଧିରେନ୍ଦ୍ର କୁମାର ପ୍ରଧାନ, ନରହରି ମହାନ୍ତ ,ଭାଗ୍ୟଶ୍ରୀ ହୋତା, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ମହାନ୍ତ,ରାଜ୍ୟ ପରିଷଦ ସଭ୍ୟ ବିଜୟ କୁମାର ପଣ୍ଡିତ, ଜୟନ୍ତ କୁମାର ପଣ୍ଡା, ରଂଜନ କୁମାର ବାରିକ, ଜିଲ୍ଲା ପରିଷଦ ସଭ୍ୟ ଟିକାୟତ ମହାନ୍ତ, ପ୍ରଦ୍ୟୁମ୍ନ ଭୂୟାଁ, ଅନିଲ କୁମାର ମହାନ୍ତ, ଭବାନୀ ଶଂଙ୍କର ବାଗ,ଅଜୟ କୁମାର ବାରିକ, ଚକ୍ରଧର ମହାନ୍ତ, ବ୍ଲକ୍ ଶିକ୍ଷୟିତ୍ରୀ କମିଟି ର ସଭାପତି ନନ୍ଦିତା ମହାନ୍ତି ସର୍ବ ସମ୍ମତି କ୍ରମେ ନିର୍ବାଚିତ ହେଇଥିଲେ। ବ୍ଲକ୍ ଉପଦେଷ୍ଟା କମିଟି ରେ ପ୍ରଧାନ ଶିକ୍ଷକ ଅର୍ଜୁନ ସିଂ, ଅଜିତ କୁମାର ଜେନା, ପ୍ରତାପ କୁମାର ପାତ୍ର,ବିମଲ କୁମାର ଜେନା, ଦେବେନ୍ଦ୍ର ମୁର୍ମୁ, ରବିନ୍ଦ୍ର କୁମାର ସାମନ୍ତରାୟ, ସୁନ୍ଦର ମୋହନ ବେହେରା,ହରିହର ପ୍ରଧାନ, ଜୟନ୍ତ କୁମାର ମହାନ୍ତ ,ତ୍ରୟଲୋକେଶ୍ଵର ମିଶ୍ର ପ୍ରଭୃତି ମନୋନୀତ ହୋଇଥିଲେ। ସର୍ବଶେଷରେ ରାଇକମା ରଘୁନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।